fbpx

FSSAI Tips- ୪ ସେକେଣ୍ଡରେ ନକଲି କ୍ଷୀରକୁ ଚିହ୍ନଟ କରନ୍ତୁ: ଡିଟର୍ଜେଣ୍ଟ ମିଶିଥିବା କ୍ଷୀର ସେବନ କଲେ କ୍ୟାନ୍ସସର, ପେଟ ଯନ୍ତ୍ରଣା ହେବା ସହ ମୃତ୍ୟୁ ହୋଇପାରେ

ନୂଆଦିଲ୍ଲୀ: ନିୟମିତ କ୍ଷୀର ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଫାଇଦା ସାବ୍ୟସ୍ତ ହୋଇଥାଏ । ଏଥିରେ ପ୍ରୋଟିନ ଠାରୁ ଆରମ୍ଭ କରି କ୍ୟାଲସିୟମ, ଭିଟାମିନ-ଡି ଓ ସମସ୍ତ ପ୍ରକାରରର ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । ଏହି ପୋଷକ ତତ୍ତ୍ୱ ଆପଣଙ୍କୁ ସେହି ସମୟରେ ମିଳିଥାଏ, ଯେତେବେଳେ ଆପଣମାନେ ଅସଲି କ୍ଷୀର ସେବନ କରିବେ । ତେଣୁ ଆପଣମାନେ ଯେଉଁ ଦୁଧ ସେବନ କରୁଛନ୍ତି ତାହା ଅସଲି କି ନକଲି ତାହା ଜାଣିବା ନିହାତି ଜରୁରୀ । ଆଜିକାଲି କିଛି ମୁନାଫାଖୋର ବେପାରୀ ଅଧିକ ପ୍ରଫିଟ ଆଶାରେ କ୍ଷୀରରେ କ୍ଷୀରରେ ଅନେକ କ୍ଷତିକାରକ କେମିକାଲ୍ସ ମିଶାଉଥିବା ଦେଖାଯାଉଛି । ଏହି ଦୁଧ ସେବନ କଲେ କ୍ୟାନ୍ସର ଓ ମୃତ୍ୟୁ ଆଶଙ୍କା ରହିଥାଏ ଭାରତୀୟ ଚିକିତ୍ସା ଓ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

କ୍ଷୀର ଘରେ ଘରେ ବ୍ୟବହାର ହେଉଥିବାରୁ ତା’ର ଚାହିଦା ସବୁଠାରୁ ଅଧିକ ରହିଥାଏ । କ୍ଷୀରରେ ମିଶାଯାଉଥିବା ବିଭିନ୍ନ ପ୍ରକାରର କେମିକାଲ ମଧ୍ୟରେ ଡିଟର୍ଜେଣ୍ଟ ହେଉଛି ଗୋଟିଏ । ଡିଟର୍ଜେଣ୍ଟ ଏକ ପାଉଡର ବା ତରଳ ପଦାର୍ଥ ହୋଇଥାଏ, ଯାହାକୁ କି ସଫାସୁତୁରା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଡିଟର୍ଜେଣ୍ଟ ଥିବା ଦୁଧ ପିଇଲେ ପାଚନ ସମ୍ବନ୍ଧୀୟ ସମସ୍ୟା ଯେପରିକି ବାନ୍ତି ଆସିବା, ପେଟ ଯନ୍ତ୍ରଣା, ପେଟ କ୍ୟାନସର ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଆପଣମାନେ ସହଜରେ ନିଜ ଘରେ କ୍ଷୀରରେ ଡିଟର୍ଜେଣ୍ଟର ଯାଞ୍ଚ କରିପାରିବେ । ଏଥିପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ ପକ୍ଷରୁ ଏକ ସରଳ ତରିକା କୁହାଯାଇଛି ।

କିଛି ବର୍ଷ ପୂର୍ବେ ବାଣାଣସୀରେ ଖାଦ୍ୟ ବିଭାଗ ଦ୍ୱାରା ରେଡ କରାଯାଇ ୧୦ ହଜାରୁ ଅଧିକ ଡିଟର୍ଜେଣ୍ଟ ମିଶା ଦୁଧ ଜବତ କରାଯାଇଥିଲା । କ୍ଷୀରରେ ଡିଟର୍ଜେଣ୍ଟ, ୟୁରିଆ ଓ ଷ୍ଟାର୍ଚ ମିଶାଯାଉଥିବା ଜଣାପଡ଼ିଥିଲା । କ୍ଷୀରର ରଙ୍ଗକୁ ସୁଧାରିବା ସହିତ ଅଧିକ ଆକର୍ଷକ କରିବା ପାଇଁ ସେଥିରେ ଅମୋନିୟମ ସଲଫେଟ, ବୋରିକ ଏସିଡ୍ କରି ଅନେକ ଭୟଙ୍କର କେମିକାଲ ମିଶାଯାଇଥାଏ । ଏକ ଗ୍ଲାସରେ ସମାନ ପରିମାଣର କ୍ଷୀର ପାଣି ନେଇ ତାକୁ ଭଲ ଭାବେ ହଲାନ୍ତୁ । ଡିଟର୍ଜେଣ୍ଟ ମିଶିଥିଲେ କ୍ଷୀରରେ ଏକ ଗାଢ଼ା ଆସ୍ତରଣ ରହିବ । ଅନ୍ୟପକ୍ଷରେ ହଲାଇବା ଫଳରେ କମ୍ପନ ହେତୁ ଶୁଦ୍ଧ କ୍ଷୀରରେ ଏକ ପତଳା ସ୍ତର ରହିବ ।

Get real time updates directly on you device, subscribe now.