fbpx

୪ ହଜାର କୋଟି ମିଳିଲା ପରେ କଥା ହେବା: ଭାରତ ପେ ଛାଡିବା ପାଇଁ ସର୍ତ୍ତ ରଖିଲେ ଅଶନୀର ଗ୍ରୋଭର

ନୂଆଦିଲ୍ଳୀ: ଭାରତ ପେର ସହ ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କୁ ନେଇ ଦେଖା ଦେଇଥିବା ବିବାଦ ଥମିବାର ନା ନେଉନି । ଦିନକୁ ଦିନ ବଢିବାରେ ଲାଗିଛି ଅଶନୀରଙ୍କ ଅଡୁଆ । କୋଟାକ ମହିନ୍ଦ୍ରା ବ୍ୟାଙ୍କର ଜନୈକ ରିଲେଶନସିପ୍ ମ୍ୟାନେଜରଙ୍କୁ ଅଶନୀର ଗାଳି କରିବାର ଅଡିଓ ରେକର୍ଡିଂ ଭାଇରାଲ ହୋଇଥିଲା । ଏହି ରେକର୍ଡିଂ ଭାଇରାଲ ହେବା ପରେ ଅଶନୀର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ମଧ୍ୟ ଯାଇଥିଲେ । ଟ୍ୱିଟ କରି ଏହା ଏକ ଫେକ୍ ରେକର୍ଡିଂ ବୋଲି କହିଥିଲେ ହେଁ ପରେ ଏହି ଟ୍ୱିଟକୁ ଡିଲିଟ କରି ଦେଇଥିଲେ ।

ପରବର୍ତ୍ତୀ ସମୟରେ ଭାରତ ପେ ଅଶନୀରଙ୍କୁ କାଢିବାକୁ ଚାହୁଁଥିବା ନେଇ ଖବର ଆସିଥିଲା । ତେବେ ଏହାକୁ ଅସ୍ୱୀକାର କରିଥିଲେ ଅଶନୀର । ଏହା ସହିତ ସେ କହିଥିଲେ ଯଦି କମ୍ପାନୀ ଚାହିଁବ ତେବେ ସେ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ମାତ୍ର ଏଥିପାଇଁ ସେ ୪ ହଜାର କୋଟି ଟଙ୍କା ନେବେ । ବର୍ତ୍ତମାନ ଭାରତ ପେରେ ଅଶନୀରଙ୍କ ୯.୫ ପ୍ରତିଶତ ଅଂଶଧନ ରହିଛି । ଯଦି କେହି ଚାହୁଁଛନ୍ତି ସେ ଛାଡନ୍ତୁ ବୋଲି ତାହେଲେ ପ୍ରଥମେ ଟେବଲ ଉପରେ ୪ ହଜାର କୋଟି ଟଙ୍କା ରଖନ୍ତୁ । ବର୍ତ୍ତମାନ କମ୍ପାନୀର ମୂଲ୍ୟ ୬ ବିଲିୟନ୍ ଡଲାର ଅଟେ ସେହି ମୂଲ୍ୟ ଅନୁସାରେ ମୋ ଅଂଶଧନର ମୂଲ୍ୟାୟନ କରିଛି ବୋଲି ଅଶନୀର କହିଛନ୍ତି ।

Get real time updates directly on you device, subscribe now.