କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର T20 କ୍ରିକେଟ୍ ଖେଳିବା ପାଇଁ ଫିଟ୍ ନୁହଁନ୍ତି
ବାବର-ରିଜୱାନଙ୍କୁ ନେଇ ବଡ଼ କଥା କହିଦେଲେ କୋଚ୍।
ନୂଆଦିଲ୍ଲୀ: ୨୦୨୫ ଅସିଆ କପ୍ ପାଇଁ ଦଳରୁ ବାଦ୍ ପଡ଼ିବା ପରେ ପାକିସ୍ତାନର ସବୁଠାରୁ ଭରସାଯୋଗ୍ୟ ବ୍ୟାଟିଂ ଯୋଡ଼ି ବାବର ଆଜମ ଏବଂ ମହମ୍ମଦ ରିଜଓ୍ୱାନଙ୍କ ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୋଟିଏ ସମୟ ଥିଲା ଯେତେବେଳେ ବାବର ଏବଂ ରିଜୱାନଙ୍କୁ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଯୋଡ଼ି ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଏବେ ସେମାନଙ୍କର ଧୀର ବ୍ୟାଟିଂ ପାଇଁ ସବୁବେଳେ ସମାଲୋଚନାର ଶିକାର ହେଉଛନ୍ତି।
ଅନେକ ବିଶ୍ୱାସ କରନ୍ତି ଯେ ବାବର ଏବଂ ରିଜୱାନଙ୍କ ବ୍ୟାଟିଂ ଶୈଳୀ ଟି-୨୦ କ୍ରିକେଟର ଗତି ସହିତ ମେଳ ଖାଉ ନାହିଁ, କାରଣ ଦଳଗୁଡ଼ିକ ପ୍ରଥମ ୬ ଓଭରରେ ୫୦-୬୦ ରନ୍ କରିବାକୁ ଚାହାଁନ୍ତି।
ଏକ ଟିଭି ଶୋରେ ସାକ୍ଷାତକାର ସମୟରେ, ପୂର୍ବତନ ପାକିସ୍ତାନ ମୁଖ୍ୟ କୋଚ୍ ମିକି ଆର୍ଥର ସ୍ୱୀକାର କରିଛନ୍ତି ଯେ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଭଲ କ୍ରିକେଟର କିନ୍ତୁ ଆଧୁନିକ T20 ଫର୍ମାଟ୍ ସେମାନଙ୍କର ପ୍ରାକୃତିକ ଖେଳଠାରୁ ଅଧିକ ଆଗକୁ ବଢ଼ିଯାଇଛି।
ବାବର ଏବଂ ରିଜୱାନ ଟି-୨୦ ପାଇଁ ସକ୍ଷମ ନୁହଁନ୍ତି: ସେ ବ୍ୟାଖ୍ୟା କରିଥିଲେ ଯେ ଆଜିର ଟି-୨୦ କ୍ରିକେଟ୍ ପାଇଁ ପ୍ରଥମ ବଲ୍ ରୁ ହିଁ ଦ୍ରୁତ ବ୍ୟାଟିର ଆବଶ୍ୟକତା ରହିଛି।
ଆର୍ଥର କହିଥିଲେ ଯେ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଭଲ ଖେଳାଳି, କିନ୍ତୁ ଏବେ କ୍ରିକେଟ୍ ର ଫର୍ମୁଲା ବଦଳି ଯାଇଛି, ସେମାନେ ଟି-୨୦ ପାଇଁ ଉପଯୁକ୍ତ ନୁହଁନ୍ତି।
ସରଫରାଜ ଅହମ୍ମଦଙ୍କ ଅଧିନାୟକତ୍ୱରେ ପାକିସ୍ତାନକୁ ନମ୍ବର ୧ ଟି-୨୦ ରାଙ୍କିଂରେ ପହଞ୍ଚାଇଥିବା ଆର୍ଥର ସୂଚାଇ ଦେଇଛନ୍ତି ଯେ ମାଇକ୍ ହେସନଙ୍କ ନେତୃତ୍ୱରେ ଦଳର ବର୍ତ୍ତମାନର ପରିଚାଳନା ନୂତନ ବିକଳ୍ପ ଖୋଜିବାରେ ଠିକ୍ ଅଛି।
ହେସନ ଦାୟିତ୍ୱ ନେବା ପରଠାରୁ ବାବର ଏବଂ ରିଜୱାନ ପ୍ରତ୍ୟେକ ଦଳରୁ ନିଖୋଜ ଅଛନ୍ତି। ସେମାନଙ୍କ ସ୍ଥାନରେ ସାମ୍ ଆୟୁବ, ଫଖର ଜମାନ ଏବଂ ସାହିବଜାଦା ଫରହାନଙ୍କ ଭଳି ଯୁବ ଏବଂ ଅଧିକ ବିସ୍ଫୋରକ ଓପନରଙ୍କୁ ସ୍ଥାନ ଦିଆଯାଇଛି।
ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆର ଚ୍ୟାଲେଞ୍ଜ: ପାକିସ୍ତାନ କ୍ରିକେଟ୍ ଦଳ ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ଖେଳାଯିବାକୁ ଥିବା ଏସିଆ କପ୍ ୨୦୨୫ର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ତା’ର ଦଳ ଘୋଷଣା କରିଛି। ସଲମାନ ଆଗାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ପାକିସ୍ତାନ ଏବଂ ଭାରତ ଉଭୟଙ୍କୁ ଗୋଟିଏ ଗ୍ରୁପରେ ରଖାଯାଇଛି।
ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନ ଦଳ: ସଲମାନ ଅଲି ଆଗା (ଅଧିନାୟକ), ଅବର ଅହମ୍ମଦ, ଫହିମ ଆଶ୍ରାଫ, ଫଖର ଜମାନ, ହାରିସ୍ ରୌଫ୍, ହାସନ ଅଲି, ହାସନ ନୱାଜ, ହୁସେନ ତଲାଟ, ଖୁସଦିଲ ଶାହା, ମହମ୍ମଦ ହରିସ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିଅର, ସାହିବଜାଦା ଫରହାନ, ସୟମ ଆୟୁବ, ସଲମାନ ମିରଜା, ଶାହିନ ଆଫ୍ରିଦି, ସୁଫିଆନ ମୋକିମ।