fbpx

ସେପ୍ଟେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଏଠାରେ ଦେଖନ୍ତୁ ଛୁଟିର ଲିଷ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି ଓ ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ, ଯେଉଁମାନେ ଅଗଷ୍ଟ ମାସରେ ବ୍ୟାଙ୍କ ଯିବାର ପୋଗ୍ରାମକୁ ସେପ୍ଟେମ୍ବର ମାସ ପାଇଁ ସ୍ଥଗିତ ରଖିଛନ୍ତି, ସେମାନେ ନିଶ୍ଚିତ ଭାବରେ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଉଚିତ୍ ।

କାରଣ ବ୍ୟାଙ୍କକୁ ଯିବାକୁ ଯୋଜନା କରିବା ପୂର୍ବରୁ ଆପଣ ଜାଣିବା ଉଚିତ୍ କେଉଁ ଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହିବ ଓ କେଉଁ ଦିନ ବନ୍ଦ ରହିବ ।

ସେପ୍ଟେମ୍ବର ମାସରେ ବ୍ୟାଙ୍କ ଅଧାଦିନ ବନ୍ଦ ରହିବ । ଆସନ୍ତା ମାସରେ ୫ ଟି ରବିବାର ଏବଂ ୨ ଶନିବାର ସହିତ ମୋଟ ୧୫ ଟି ଛୁଟି ରହିଛି । ଏହି ଅବଧି ମଧ୍ୟରେ, ୭ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଏବଂ ୧୬ ସେପ୍ଟେମ୍ବରରେ ଇଦ୍-ଇ-ମିଲାଦ ମଧ୍ୟ ରହିଛି । ଅବଶ୍ୟ ଏହି ୧୫ ଟି ଛୁଟି ସମଗ୍ର ଦେଶରେ ଏକାସାଙ୍ଗରେ ନାହିଁ । ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଦିନ ରହିଛି । ସେପ୍ଟେମ୍ବର ମାସରେ କେଉଁ ଦିନ ଛୁଟିଦିନ ଆସନ୍ତୁ ଜାଣିବା ।

କେଉଁ ପର୍ବରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ?

– ସେପ୍ଟେମ୍ବର ୪ରେ ତିରୁଭବ ତିଥୀ ଅବସରରେ ଗୁଆହାଟୀରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୭ ରେ ଗଣେଶ ଚତୁର୍ଥୀ ଅବସରରେ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଭୁବନେଶ୍ୱର, ଚେନ୍ନାଇ, ମୁମ୍ବାଇ, ନାଗପୁର, ପଣଜୀରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୧୪ରେ କର୍ମ ପୂଜା ଏବଂ ପ୍ରଥମ ଓନାମ ଅବସରରେ କୋଚି, ରାଞ୍ଚି ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୧୬ରେ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଅହମ୍ମଦାବାଦ, ଆଇଜାୱଲ, ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଡେହରାଡୁନ୍, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଇମ୍ଫାଲ, ଜାମ୍ମୁ, କାନପୁର, କୋଚି, ଲଖନଉ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ଶ୍ରୀନଗର, ଥିରୁବନନ୍ତପୁରମ୍ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
– ସେପ୍ଟେମ୍ବର ୧୭ ରେ ଇନ୍ଦ୍ରଯାତ୍ରା ଏବଂ ଇଦଏା ମିଲାଦ ଅବସରରେ ବ୍ୟାଙ୍କ ଗ୍ୟାଙ୍ଗଟୋକ ଏବଂ ରାୟପୁରରେ ବନ୍ଦ ରହିବ ।
– ସେପ୍ଟେମ୍ବର ୧୮ରେ ପ୍ୟାଙ୍ଗ-ଲାହାବସୋଲ ଅବସରରେ ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୨୦ ରେ ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର ଦିନ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୨୧ରେ ଶ୍ରୀ ନାରାୟଣ ଗୁରୁ ସମାଧୀ ଦିବସ ଅବସରରେ କୋଚି ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।
– ସେପ୍ଟେମ୍ବର ୨୩ରେ ମହାରାଜା ହରି ସିଂଙ୍କ ଜନ୍ମଦିନ ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

ରବିବାର ଏବଂ ଶନିବାର ଦିନ ବ୍ୟାଙ୍କ ଛୁଟି :-
ସେପ୍ଟେମ୍ବର ମାସରେ ୫ ଟି ରବିବାର ଦେଖିବାକୁ ମିଳିବ । ୧, ୮, ୧୫, ୨୨ ଏବଂ ୨୯ ସେପ୍ଟେମ୍ବରରେ ରବିବାର ଦିନ ବ୍ୟାଙ୍କ ଛୁଟି ହେବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ମଧ୍ୟ ବ୍ୟାଙ୍କ ଛୁଟି ଅଛି । ୧୪ ସେପ୍ଟେମ୍ବରରେ ଦ୍ୱିତୀୟ ଶନିବାର ଏବଂ ୨୮ ସେପ୍ଟେମ୍ବରରେ ଚତୁର୍ଥ ଶନିବାର ପଡ଼ୁଛି ।

Get real time updates directly on you device, subscribe now.