fbpx

ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ମାସରୁ ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ଏହି ନିଷ୍ପତ୍ତି ନେଇଛି ।

ଏଣିକି ଶନିବାର, ରବିବାର ଓ ଅନ୍ୟ ସବୁ ଛୁଟିଦିନ ମାନଙ୍କରେ ଲୋକଙ୍କ ଖାତାକୁ ବେତନ ଓ ପେନସନ ଯାଇପାରିବ । ଏଥିସହ ଗ୍ରାହକଙ୍କ ଆକାଉଣ୍ଟରୁ ଛୁଟିଦିନରେ ଇଏମଆଇ ମଧ୍ୟ କଟିବ । ଏଣିକି ସାଧାରଣ ଜନତାଙ୍କୁ ବ୍ୟାଙ୍କ କାର୍ଯ୍ୟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବ୍ୟାଙ୍କଗୁଡ଼ିକ ନିଜର ଓ ଅନ୍ୟ ଏଟିଏମ ବ୍ୟବହାର ପାଇଁ ନିଃଶୁଳ୍କ କରିଥିବା ବେଳେ ଧାର୍ଯ୍ୟ ସୀମା ଠାରୁ ଅଧିକ ବ୍ୟବହାର କଲେ ଚାର୍ଜ ଦେବାକୁ ପଡ଼ିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.