fbpx

ଘୁଞ୍ଚିଲା ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଶୁଣାଣି

ଭୁବନେଶ୍ୱର ୧୯ ।୪ (ଓଡିଶା ଭାସ୍କର) : ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଘୁଞ୍ଚିଲା ଶୁଣାଣି । କଟକ ପରିବାର ଅଦାଲତରେ ହୋଇ ପାରିଲା ନାହିଁ ମାମଲାର ଶୁଣାଣି । ଅବେଦନକାରୀ ବର୍ଷାଙ୍କୁ ମାମଲାର କପି ଦିଆଯାଇ ନଥିବାରୁ ଶୁଣାଣି ଘୁଞ୍ଚିଲା । ଦିଲ୍ଲୀ ପଟିଆଲା କୋର୍ଟରୁ କଟକ ପରିବାର କୋର୍ଟକୁ ସ୍ତାନାନ୍ତର ହୋଇଥିଲା ଏହି ମାମଲା । ଏସଡିଜେଏମ୍ କୋର୍ଟରେ ପତ୍ନୀ ବର୍ଷା କରିଥିବା ଘରୋଇ ହିଂସା ଏବଂ ଭରଣପୋଷଣ ଅଭିଯୋଗ ବିରୋଧରେ ସ୍ୱାମୀ ଅନୁଭବ ଜିଲ୍ଲା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ପାରିବାରିକ କଳହରେ ପୁର୍ଣ୍ଣଛେଦ ଲାଗିପାରୁନଥିବା ବେଳେ ଏହି ମାମଲାର ସମାଧାନ ହୋଇପାରୁନି । ଏହାପୁର୍ବରୁ ଏପ୍ରିଲ୍ ୫ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା ଏବଂ ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ।


ସୁଚନାଯୋଗ୍ୟ, ସୁପିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ପରିବାର ଅଦାଲତରେ ଚାଲିବ । ଅନୁଭବ ପଟିଆଲା ହାଉସ୍ ରେ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଘରୋଇ ହିଂସା ଏବଂ ଛାଡପତ୍ର ନ ଦେବା ବିରୋଧରେ ୨ଟି ଆବେଦନ କରିଥିଲେ ।

Get real time updates directly on you device, subscribe now.