fbpx

ଧନର ସଙ୍କଟ ଦେଇ ଗତି କରୁଛନ୍ତି କି;କରନ୍ତୁ ଏହିସବୁ ଉପାୟ ଘରେ ହେବ ଧନବର୍ଷା

Advertisement

ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ସାମଗ୍ରୀର ମହତ୍ତ୍ୱ ରହିଛି ଯାହାକୁ ଗୃହକୁ ଆଣିବା ଦ୍ୱାରା ସମୃଦ୍ଧି ପ୍ରାପ୍ତ ହୋଇ ଥାଏ । କେବଳ ସୁଖ ଆଉ ସମୃଦ୍ଧି ନୁହେଁ ବରଂ ଧନବର୍ଷା ମଧ୍ୟ ହୋଇ ଥାଏ । ତେବେ ଯଦି ଲକ୍ଷ୍ମୀ ଦେବୀ ପ୍ରଶନ୍ନ ରୁହନ୍ତି ତେବେ ଆପଣଙ୍କୁ ଧନର କେବେ ଅନଟନ ଦେଖାଯିବ ନାହିଁ ।

ତେବେ ଆସନ୍ତୁ ଜାଣିବା କିଛି ଛୋଟ ଛୋଟ ଉପାୟ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଧନବର୍ଷା ହେବ ।

  • କଥାରେ ଅଛି ନିଜ ଠାରୁ ବଡ ମାନଙ୍କୁ ସମ୍ମାନ ଆଉ ନିଜ ଠାରୁ ଛୋଟ ମାନଙ୍କୁ ସଦେବ ସ୍ନେହ ଦେବ । ଏହା ଦ୍ୱାରା ଆପଣ ଯେଉଁ ଶିକ୍ଷା ଲାଭ କରିଛନ୍ତି ତାହା ପରିପ୍ରକାଶ ହୋଇଥାଏ । ତେଣୁ ଏହି କଥା ସଦେବ ଆପଣ ମନେ ରଖିବା ଆବଶ୍ୟକ ଯେ ମା ଲକ୍ଷ୍ମୀ ଆପଣଙ୍କ ଆଚରଣ ଆଉ ଉଚାରଣ ରେ ମଧ୍ୟ ପ୍ରଶନ୍ନ ହୋଇ ଆପଣଙ୍କ ଉପରେ ତାଙ୍କର ଆର୍ଶୀବାଦ ଓଜାଡିବେ । ତେଣୁ ସର୍ବଦା ଗୁରୁଜନ ମାନଙ୍କୁ ସମ୍ମାନ ଦେବା ସହିତ ତାଙ୍କ ସହିତ ମିଷ୍ଠାଭାଷୀ ହୋଇ ରହିବ ।
  • ଶୋଇବା ପୂର୍ବରୁ ନିଜର ସୌଚାଳୟରେ ଏକ ବାଲଟିରେ ପାଣି ଫୁଲ କରି ରଖିବା ଉଚିତ । ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାଆନ୍ତି । ତେଣୁ ସର୍ବଦା ଶୋଇବା ପୂର୍ବରୁ ଗୋଟିଏ ବାଲଟିରେ ପାଣି ଭରି ରଖିବା ଉଚିତ ।
  • ଘରର ମୁଖ୍ୟଦ୍ୱାରରେ ସର୍ବଦା ଏକ ଦୀପ ପ୍ରଜ୍ୱଳନ କରି ରଖିବା ଆବଶ୍ୟକ । କୁହନ୍ତି ଯେଉଁଠାରେ ଏହିଭଳି କରାଯାଏ ସେଠାରେ ମା ଲକ୍ଷ୍ମୀ ବସବାସ କରନ୍ତି ।
  • ଘରକୁ ସର୍ବଦା ଶୋଇବା ପୂର୍ବରୁ ସଜାଡି ରଖିବା ଆବଶ୍ୟକ । କୌଣସି ଜିନିଷକୁ ଏପଟ ସେପଟେ ଫିଙ୍ଗିବା ଅପେକ୍ଷା ଘରର ସବୁ ସାମଗ୍ରୀକୁ ଭଲ ଭାବରେ ସଜାଡି ରଖିବା ଆବଶ୍ୟକ । ଏବଂ କପଡା ଗୁଡିକୁ ଏଣେ ତେଣେ ଫିଙ୍ଗିବା ଆଦୌ ଭଲ ଅଭ୍ୟାସ ନୁହେଁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ କୋପ କରିଥାଆନ୍ତି ।
  • ରୋଷେଇ ଘରେ ଗୋଟିଏ ପାତ୍ରରେ ପାଣି ଭରି ରଖିବା ଉଚିତ । କୁହନ୍ତି ଏଭଳି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ । ତେଣୁ ସବୁ ରାତ୍ରୀରେ ଶୋଇବାକୁ ଯିବା ପୂର୍ବରୁ ଗୋଟିଏ ବାଲଟି ରେ ପାଣି ଭରି ରୋଷେଇ ଘରେ ରଖିବା ଆବଶ୍ୟକ।
  • ଶୋଇବା ପୂର୍ବରୁ ନିଜ କୋଠରୀରେ ଏକ କର୍ପୂର ଜାଳି ଶୋଇବା ଦରକାର । ଏହା ଦ୍ୱାରା ମା ଲକ୍ଷ୍ମୀର କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିଥାଏ ।
    ମା ଲକ୍ଷ୍ମୀଙ୍କ କୃପା ରହିଲେ ଟଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

 ତେବେ ଏହି ସବୁ ଉପାୟ ମାନିବ ସହ ଘରେ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ରଖିଲେ , ଗଜାନାଜ ଙ୍କ ମୂର୍ତ୍ତି ରଖିଲେ ମଧ୍ୟ ମା ଙ୍କ କୃପା ଆପଣଙ୍କ ଉପରେ ରହିବ। ତେଣୁ ଯଦି ଆପଣ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ଚାହୁଁଛନ୍ତି ଏହି ସବୁ ଉପାୟ ନିହାତି ଭାବରେ ଆପଣଙ୍କ ଦୈନଦିନ କାର୍ଯ୍ୟରେ ଲଗାନ୍ତୁ ସୁଫଳ ନିଶ୍ଚୟ ମିଳିବ ।

Get real time updates directly on you device, subscribe now.