fbpx

BCCI Central Contract: ଡିମୋଟ୍ ହେବାର ଏକ ବର୍ଷ ମଧ୍ୟରେ ପଦୋନ୍ନତି ପାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ସି ରୁ ସିଧା ଏ ଗ୍ରେଡ୍‌ରେ ପହଞ୍ଚିଲେ

Advertisement

ମୁମ୍ବାଇ: ଭାରତୀୟ ଟିମ୍‌ର ଅଲରାଉଣ୍ଡର ଖେଳାଲି ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ରମୋସନ ଦେଇଛି ବିସିସିଆଇ । ତାଙ୍କୁ ସି ଗ୍ରେଡ୍‌ରୁ ସିଧା ଏ ଗ୍ରେଡ୍‌ରେ ସାମିଲ କରିଛି । ପାଣ୍ଡ୍ୟାଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଡିମୋଟ୍ ମଧ୍ୟ କରାଯାଇଥିଲା । କିନ୍ତୁ ୨୦୨୩ ପାଇଁ ତାଙ୍କ ପ୍ରମୋସନ୍ ହୋଇଛି । ଚଳିତ ବର୍ଷ ପାଣ୍ଡ୍ୟାଙ୍କୁ ଭାରତୀୟ ଟି-୨୦ ଦଳର ଅଧିନାୟକ ମଧ୍ୟ କରାଯାଇଥିଲା । ଚଳିତ ବର୍ଷ ଆଇପିଏଲ୍‌ରେ ଏବଂ ଭାରତୀୟ ଦଳରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ହାର୍ଦିକଙ୍କୁ ଏକ ବର୍ଷ ମଧ୍ୟରେ ଡିମୋଟ୍ ଏବଂ ପ୍ରମୋଟ କରାଯାଇଛି । ତେବେ ଏ ସମ୍ପର୍କରେ ବର୍ତ୍ତମାହନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ମନ୍ତବ୍ୟ ଆସି ନାହିଁ । ଉଲ୍ଲେଖନୀୟ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ହାର୍ଦ୍ଦିକଙ୍କୁ ଭାରତର ଟି -୨୦ ଦଳର ଅଧିନାୟକ କରାଯାଇଥିଲା । ଟିମ୍ ଇଣ୍ଡିଆ ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୦ରେ ଜିତିଛି । ବର୍ଷା ଯୋଗୁଁ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଏହା ପରେ ଭାରତ ଦ୍ୱିତୀୟ ମ୍ୟାଚ୍ ୬୫ ରନ୍‌ରେ ଜିତିଥିଲା ଏବଂ ତୃତୀୟ ମ୍ୟାଚ୍ ବର୍ଷା କାରଣରୁ ହୋଇ ପାରି ନଥିଲା । ନାପିଆରରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ଅପରାଜିତ ୩୦ ରନ୍ କରିଥିଲେ । ଏହାପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ଟି -୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ହାର୍ଦ୍ଦିକ ୩୩ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.