fbpx

ଟ୍ରେନରେ ଯାତ୍ରା କରିବା ସମୟରେ ଏହି ଜିନିଷ ପ୍ରତି ରୁହନ୍ତୁ ସଜାଗ : ଯାତ୍ରା ସମୟରେ ହେବନି ଅସୁବିଧା

ନୂଆଦିଲ୍ଲୀ : ଭାରତୀୟ ରେଳ ସେବାର ଫାଇଦା ପ୍ରତ୍ୟେକ ଦିନ କୋଟି କୋଟି ଯାତ୍ରୀ ଲାଭ ଉଠାଉଛନ୍ତି । ପ୍ରତ୍ୟେକ ଦିନ ଅନେକ ଲୋକଙ୍କୁ ରେଳ ନିଜର ଲକ୍ଷ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଉଛି । ଏହି ଯାତ୍ରା ସମୟରେ ଯେମିତି ଯାତ୍ରୀଙ୍କୁ କିଛି ଅସୁବିଧା ନହେଉ, ସେଥିପାଇଁ କିଛି ନିୟମ ଜାରି କରିଛି । ଯଦି ଆପଣ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ନିୟମ ଜାଣିବା ନିହାତି ଆବଶ୍ୟକ । ଏହା ଜାଣିବା ଦ୍ୱାରା ଆପଣଙ୍କୁ କିଛି ମଧ୍ୟ ଅସୁବିଧା ହେବ ନାହିଁ । ଆସନ୍ତୁ ଜାଣିବା ରେଲୱେର ନିୟମ ବିଷୟରେ –

ଟ୍ରେନରେ ରାତିରେ ଶୋଇବାର କ’ଣ ରହିଛି ନିୟମ  : ସମସ୍ତ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ରାତିରେ ଶୋଇବାର କିଛି ନିୟମ ରହିଛି। ଯେକୌଣସି ଯାତ୍ରୀ ତାଙ୍କ ବର୍ଥରେ କେବଳ ରାତି ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ଶୋଇପାରିବେ । ସକାଳ ୬ ଟା ପରେ, ବାକି ସହ-ଯାତ୍ରୀମାନେ ନିମ୍ନ ବର୍ଥର ଯାତ୍ରୀଙ୍କୁ ସିଟ୍ ରୁ ଉଠିବାକୁ କହିପାରିବେ । ଏହା ସହିତ ରାତିରେ ଜୋରରେ କଥା ହେବା ଏବଂ ଗୀତ ଶୁଣିବା ମଧ୍ୟ ନିଷେଧ । ଏଭଳି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ଜରିମାନା ଭରିବାକୁ ପଡିପାରେ ।

ଏହି ସମୟରେ ଟିଟିଇ ଟିକଟ ଚେକ କରି ପାରିବ ନାହିଁ : ରେଳ ନିୟମ ଅନୁଯାୟୀ, TTE ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରିପାରିବ ନାହିଁ । ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ରେଳବାଇ ଦ୍ୱାରା ଏହି ନିୟମ କରାଯାଇଛି, ଯାହା ଦ୍ୱାରା ଯାତ୍ରୀଙ୍କ ରାତିର ନିଦ ନଷ୍ଟ ହେବ ନାହିଁ।

କେତେ କିଲୋ ଜିନିଷ ସହ କରିପାରିବେ ଯାତ୍ରା : ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆପଣ ଏସିର ପ୍ରଥମ ଶ୍ରେଣୀରେ ୭୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନିଜ ସହ ନେଇ ଯାତ୍ରା କରିପାରିବେ । ଏଥି ସହିତ, ଯାତ୍ରୀମାନେ ଏସି ୨ ଶ୍ରେଣୀରେ ୫୦ କିଲୋ, ଏସି -୩ ଶ୍ରେଣୀରେ ୪୦ କିଲୋ, ସ୍ଲିପରରେ ୪୦ କିଲୋ ଏବଂ ଦ୍ୱିତୀୟ ଶ୍ରେଣୀରେ ୩୫ କିଲୋ ପର୍ଯ୍ୟନ୍ତ ଲଗେଜ୍ ନେଇ ଯାତ୍ରା କରିପାରିବେ ।

ପ୍ଲାଟଫର୍ମ ଟିକଟ ସାହାଯ୍ୟରେ ମଧ୍ୟ କରିପାରିବେ ଯାତ୍ରା : ରେଳବାଇର ନିୟମ ଅନୁଯାୟୀ, ଯଦି ଆପଣଙ୍କର ଟିକେଟ କିଣିବାକୁ ସମୟ ନାହିଁ, ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନରେ ଚଢି ପାରିବେ । ଏହା ପରେ, ତୁରନ୍ତ TTE ସହିତ ଯୋଗାଯୋଗ କରିବେ ଏବଂ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଟିକେଟ୍ ପାଇବେ । TTE ତୁରନ୍ତ ତୁମର ଟିକେଟ୍ ପ୍ରସ୍ତୁତ କରିବ, ଯାହାଦ୍ୱାରା ଆପଣ ସହଜରେ ଯାତ୍ରା କରିବାକୁ ସମର୍ଥ ହେବେ ।

Get real time updates directly on you device, subscribe now.