ଗୋଟିଏ ଦିନରେ କେତେ ମାତ୍ରାରେ ବାଦାମ ଖାଇବା ଉଚିତ? ଏହା କେତେ ଲାଭଦାୟକ ଓ କ୍ଷତିକାରକ ଜାଣନ୍ତୁ
ଗୋଟିଏ ଦିନରେ କେତେ ପରିମାଣର ବାଦାମ ଖାଇବା ଉଚିତ? ଏହା ସ୍ୱାସ୍ଥ୍ୟ ପାଇଁ କେତେ ଲାଭବାନ ଏବଂ କ୍ଷତିକାରକ ହୋଇପାରେ, ସେ ବିଷୟରେ ଜାଣନ୍ତୁ, ଏବଂ ଏହାକୁ କେତେ ମାତ୍ରାରେ କିପରି ସେବନ କରିବେ ତାହା ମଧ୍ୟ ଜାଣନ୍ତୁ।
ଓଡିଶା ଭାସ୍କର: ଆପଣ କେବେ ଭାବିଛନ୍ତି କି, “ପ୍ରତିଦିନ କେତେ ବାଦାମ ଖାଇବା ଉଚିତ?” ଅଧିକ ବାଦାମ ଖାଇବା ଲାଭଦାୟକ ନା କ୍ଷତିକାରକ? ବାଦାମ କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। କିନ୍ତୁ ସବୁକିଛିର ଏକ ସୀମା ରହିବା ଉଚିତ। ଯଦିଓ ଏହା ସ୍ୱାସ୍ଥ୍ୟକର ଖାଦ୍ୟ। କିନ୍ତୁ ଏହା ଗୋଟିଏ ଦିନରେ କେତେ ମାତ୍ରାରେ ଖାଇବା ଉଚିତ ଏବଂ ଏହାର ଲାଭ ଏବଂ କ୍ଷତି କ’ଣ, ଆସନ୍ତୁ ଜାଣିବା ।
ପ୍ରତିଦିନ କେତେ ବାଦାମ ଖାଇବା: ଜଣେ ବ୍ୟକ୍ତି ପ୍ରତିଦିନ ପାଣିରେ ଭିଜା ୫ ରୁ ୧୦ ଟି ବାଦାମ ଖାଇବା ଉଚିତ। ଭିଜାଇବା ପରେ ଖାଇବା ଦ୍ୱାରା, ଲୋକଙ୍କର ତ୍ବଚାରେ ଟ୍ୟାନ କମିଥାଏ ଏବଂ ଖାଦ୍ୟ ହଜମ ସହଜରେ ହୋଇଥାଏ। ଏହା ସହିତ, ଏଥିରେ ପୋଷକ ତତ୍ତ୍ୱ ମଧ୍ୟ ଅଧିକ ମାତ୍ରାରେ ଥାଏ।
ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ 5ଟି ବାଦାମ ଯଥେଷ୍ଟ ଏବଂ ଯେଉଁମାନେ ବଡି ବନାଇବା ପାଇଁ ଚାହୁଁଛନ୍ତି, ସେମାନେ 10-12ଟି ବାଦାମ ଖାଇପାରିବେ।
ବାଦାମ ଖାଇବାର ଫାଇଦା
-ବାଦାମରେ ଥିବା ଭିଟାମିନ-ଇ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ମସ୍ତିଷ୍କ କୋଷଗୁଡ଼ିକୁ ସୁସ୍ଥ ରଖେ ଏବଂ ସ୍ମୃତିଶକ୍ତି ବୃଦ୍ଧି କରାଇଥାଏ। ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ ।
-ବାଦାମ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ ଏବଂ ହାର୍ଟକୁ ସୁସ୍ଥ ରଖେ।
-ଏଥିରେ ଥିବା ମ୍ୟାଗ୍ନେସିୟମ୍ ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
-ଫାଇବର ଏବଂ ପ୍ରୋଟିନରେ ଭରପୂର ହୋଇଥିବାରୁ ଏହା ଭୋକ କମ କରାଏ ଏବଂ ଅତ୍ୟଧିକ ଖାଇବାକୁ ରୋକିଥାଏ।
-ଭିଟାମିନ୍ E ଥିବା ଯୋଗୁଁ ଏହା ସ୍କିନକୁ ଉଜ୍ଜ୍ୱଳ କରିଥାଏ ଏବଂ କେଶକୁ ମଜବୁତ କରିଥାଏ।
ଅତ୍ୟଧିକ ବାଦାମ ଖାଇବାର କ୍ଷତି କ’ଣ?
-ଅତ୍ୟଧିକ ବାଦାମ ଖାଇବା ଦ୍ୱାରା ଗ୍ୟାସ୍, ପେଟ ଫୁଲିବା କିମ୍ବା କୋଷ୍ଠକାଠିନ୍ୟ ହୋଇପାରେ।
-ଅଧିକ କ୍ୟାଲୋରୀ ହେତୁ ଓଜନ ବଢ଼ିପାରେ।
-ଅତ୍ୟଧିକ ଭିଟାମିନ୍ E ଖାଇବା ଦ୍ୱାରା ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ପାଚନ ସମସ୍ୟା ଦେଖାଦେଇଥାଏ।
-କିଛି ଲୋକଙ୍କୁ ବାଦାମ ଖାଇଲେ ଆଲର୍ଜି ହୋଇପାରେ, ଯାହା ଦ୍ବାରା ସ୍କିନ କୁଣ୍ଡାଇ ହେବା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
ପ୍ରତିଦିନ ବାଦାମ ଖାଇବା ଉଚିତ୍ : ନିୟମିତ ଭାବେ ବାଦାମ ଖାଇବା ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । ଦିନକୁ ପ୍ରାୟ 5ରୁ 10ଟି ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହାଠାରୁ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ସୂଚନାଯୋଗ୍ୟ, ବାଦାମ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ବିଶେଷତଃ ଯଦି ଆପଣଙ୍କର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ।