fbpx

(Video) ମହାଲକ୍ଷ୍ମୀ ହତ୍ୟା ଗୁମର ଖୋଲିଲେ ମା’, ମରିବା ଆଗରୁ ପୁଅ କହିଥିଲା ନନଭେଜ୍ ପାଇଁ ଟଙ୍କା…

ଭୁବନେଶ୍ବର(ଓଡିଶା ଭାସ୍କର) : ବେଙ୍ଗାଲୁରୁରେ ମହାଲକ୍ଷ୍ମୀକୁ 59 ଖଣ୍ଡ କରିବା ଘଟଣା ବର୍ତ୍ତମାନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାନ୍ଧବୀଙ୍କୁ 59 ଖଣ୍ଡ କରିବା ପରେ ନିଜ ପ୍ରାଣ ହାଇଥିଲା ପ୍ରେମିକ । ତେବେ ଯାହାକୁ ସାତଜନ୍ମର ସାଥି କରିବେ ବୋଲି ଭଲ ପାଉଥିଲେ, ତାକୁ କାହିଁକି ହତ୍ୟା କରିଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ହୋଚିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ସେହି କଳା ରାତିରେ କଣ ହୋଇଥିଲା, କାହିଁକି ମୁକ୍ତିରଞ୍ଜନ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ଗୁମର ଫିଟିବାରେ ଲାଗିଛି । ସାନଭାଇର ପ୍ରତିକ୍ରିୟା ପରେ ବର୍ତ୍ତମାନ ମୁକ୍ତିକାନ୍ତଙ୍କ ମା’ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ମରିବା ଆଗରୁ ପ୍ରେମିକାକୁ କାହିଁକି 59 ଖଣ୍ଡ କରିଥିଲେ, ସେନେଇ ମାକୁ କହିଥିଲେ ପୁଅ । ବେଙ୍ଗାଲୁରୁରେ ହତ୍ୟା କରିବା ପରେ ଓଡିଶା ଆସି ମାକୁ କାନ୍ଦି କାନ୍ଦି କହିଥିଲା ।

ମୁକ୍ତିରଞ୍ଜନ ମାଙ୍କ କହିବା ଅନୁସାରେ, ପୁଅ ବେଙ୍ଗାଲୁରୁରୁ ଆସି ମୋ ଆଗରେ ସବୁ କାନ୍ଦି କାନ୍ଦି କହିଥିଲା । “ଭାଇମାନେ ପାଠ ପଢିବେ, ଘର ଖଣ୍ଡେ କରିବେ ବୋଲି ସେ ବେଙ୍ଗାଲୁରୁରେ କାମ କରୁଥିଲା । ମାସିକ 40-50 ହଜାର ଟଙ୍କା ରୋଜଗାର ମଧ୍ୟ କରୁଥିଲା । କିନ୍ତୁ ସେ ଝିଅ ସବୁବେଳ ପଇସା ନେଇଯାଏ । କେତେବେଳେ ଚିକେନ ତ କେତେବେଳେ ମଟନ ଖାଇବ କହି ଟଙ୍କା ନେଉଥିଲା । ମୁଁ ଟଙ୍କା ନଦେବାରୁ ମୋତେ ଗୁଣ୍ଡା ଲଗାଇ ମାଡ ମାରିଥିଲା । ରାସ୍ତାରେ ମଧ୍ୟ ମିଛ କୁହାଇ ମାଡ ଦେଇଥିଲେ । ପରେ ପୋଲିସ ନେଇଥିବା ବେଳେ 1000 ଟଙ୍କା ଦେଇ ମୁକୁଳିଥିଲେ । ଏହାପରେ ସେ ଝିଅ ମୋ ପୁଅକୁ ନେଇ ଗୋଟିଏ ଘରେ ବନ୍ଦ କରି ଧମକ ଦେଇଥିଲା । ହାଣିକି ଟିକିଟିକି କରି ସିଝେଇ କୁକୁରକୁ ଖାଇବାକୁ ଦେବ ବୋଲି କହିଥିଲା । ଏଭଳି ନିର୍ଯାତନାରୁ ମୁକୁଳିବା ଏବଂ ନିଜେ ବଞ୍ଚିବା ପାଇଁ ମୋ ପୁଅ ସେ ଝିଅକୁ ହତ୍ୟା କରିଥିଲା ।”

Get real time updates directly on you device, subscribe now.