ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ମେ’ 1ରୁ ଥିଲା ବନ୍ଦ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ।

ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକଙ୍କୁ ସ୍ଵାଗତ କରିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ  ଗତ ମେ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକ ଜାତୀୟ ଉଦ୍ୟାନ ବନ୍ଦ ଥିଲା ।

ନୂଆ ରୂପରେ ସଜେଇ ହୋଇଛି ଭିତରକନିକା। ସବୁଠୁ ଆକର୍ଷଣୀୟ ଓ ନୂତନ ଭାବେ ନିର୍ମାଣ କରାଯାଇଛି ସଂଗ୍ରହାଳୟ । ଏବେ ଭିତରକନିକାରେ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନୌବିହାରର ମଜା ଉଠାଇପାରିବେ। ଏପରିକି ସ୍କାଏ ଓ୍ବାକରେ ଜଙ୍ଗଲରେ ଚାଲି ଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।

ଗବେଷକ ମାନେ ଗବେଷଣା କ୍ଷେତ୍ରରେ ଅଧିକ ତଥ୍ୟ ମଧ୍ୟ ଜାଣିପାରିବେ ।