fbpx

ଆରମ୍ଭ ହେଲା ‘ଭୂ-ଫେଷ୍ଟୋ’ ଭାବନା ରାଇଜରେ ହଜିଲେ ଦର୍ଶକ

Advertisement

ଭୁବନେଶ୍ୱର:ଗତ କଲି ଠାରୁ ଭୁବନେଶ୍ୱରର ୪ଟି ପାର୍କ ଯଥା ବୁଦ୍ଧ ଜୟନ୍ତୀ ପାର୍କ,ଇନ୍ଦିରା ଗାନ୍ଧୀ ପାର୍କ, କଲାମ ପାର୍କ ଓ କଳାଭୂମିରେ ଆରମ୍ଭ ହେଇ ଯାଇଛି ଭୂ-ଫେଷ୍ଟୋ। ହକି ବିଶ୍ବକପ୍‌ ଚାଲିଥିବା ବେଳେ ବିଏମ୍‌ସି, ବିଡିଏ ଓ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ‘ବକୁଳ ଫାଉଣ୍ଡେସନ୍‌’ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶ ତଥା ଦେଶ ବାହାରର ନାମିଦାମୀ କଥାକାର ଯୋଗଦେଇ ପିଲାଙ୍କୁ ଗପ ଶୁଣାଇଥିଲେ। କିଛି କଥାକାରଙ୍କ ଗପ ପିଲାଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ଯାହା ତାଙ୍କୁ କାର୍ଯ୍ୟକ୍ରମର ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଏହି ମଞ୍ଚରେ ଅଭିନେତା କୁନା ତ୍ରିପାଠୀ ଓଡ଼ିଆ ଭାଷାରେ, ନୁପୂର ଅଗ୍ରୱାଲ୍‌ ହିନ୍ଦୀ ଭାଷାରେ କାହାଣୀ ଶୁଣାଇଥିଲେ।

କାହାଣୀର କୌଣସି ଭାଷା ନଥାଏ। ଏହି କଥାର ଯଥାର୍ଥତା ପ୍ରତିପାଦନ କରି ଦେଖାଇଥିଲେ ୟୁଏସଏରୁ ଆସିଥିବା ଆଣ୍ଟୋନିଓ ରୋଚା । ବାସ୍ତବିକ କଥା ତାଙ୍କୁ ଓଡିଆ ଜଣା ନାହିଁ କିନ୍ତୁ ସେ ତାଙ୍କ ଗପକୁ ଏଭଳି ଢ଼ଙ୍ଗରେ ପରିବେଶଷ କରିଥିଲେ ଯାହାକୁ ଅତି ସରଳ ଉପାୟରେ ହୃଦୟଙ୍ଗମ କରିପାରିଥିଲେ ଓଡିଆ ଦର୍ଶକ । ଏହା ସହ ଆଣ୍ଟୋନି କହିଥିଲେ ଯେ ମୁଁ ଏଭଳି ଢ଼ଙ୍ଗରେ ଗପ ପରିବେଶଷ କରେ ମୋ ସମ୍ମୁଖରେ ବସିଥିବା ଶ୍ରୋତା ଯେପରି ସେଥିରେ ମଜ୍ଜି ଯିବ । ଦୀର୍ଘ୩୧ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି । ଆଉ ସେ ତାଙ୍କ ଗପ ମାଧ୍ୟମରେ ବହୁ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ।ସେଥିପାଇଁ ସେ ଯେତେବେଳେ ମଞ୍ଚ ଉପରକୁ ଆସୁଥିଲେ କରତାଳିରେ ଚତୁଃର୍ପାଶ୍ୱ ଗୁଞ୍ଜରୀ ଉଠୁଥିଲା। କୁନି କୁନି ପିଲାମାନଙ୍କୁ ଜଙ୍ଗଲ ଗପ କହି ଭାବନା ରାଇଜକୁ ନେଇ ଯାଇଥିଲେ ଆଣ୍ଟୋନିଓ ।

ସେହିପରି ହିନ୍ଦୀ ସାହିତ୍ୟର ବିଶିଷ୍ଟ କଥାକାର ନୀଲେଶ ମିଶ୍ରାଙ୍କ ହିନ୍ଦୀ ଗପ ଶ୍ରୋତାଙ୍କ ଭିତରେ ଉତ୍ସାହ ଭରିଥିଲା। କାହାଣୀଗୁଡ଼ିକୁ ପିଲାଙ୍କ ସାମ୍ନାରେ ଏପରି ଭାବେ ଉପସ୍ଥାପନ କରାଯାଇଥିଲା ଯେ ପିଲାମାନେ କ୍ଷଣିକ ପାଇଁ ମଧ୍ୟ ଅସ୍ତବ୍ୟସ୍ତ ହୋଇ ନଥିଲେ । ତେବେ ଏଥିରେ ସବୁ ଠାରୁ ରୋମାଞ୍ଚ ପୂର୍ଣ୍ଣ କଥା ହେଲା ନୀଲେସଙ୍କ କାହାଣୀ ଗୁଡିକୁ ପିଲା ମାନେ ଯୁବ ମାନେ ଯେତେ ଉପଭୋଗ କରୁଥିଲେ ତାହା ଠାରୁ ଅଧିକ ସେଠାରେ ଉପସ୍ଥିତ ଥିବା ବୟସ୍କ ବ୍ୟକ୍ତିମାନେ ନିଜକୁ ତାଙ୍କ ସହିତ ଯୋଡି ପାରୁଥିଲେ । କେବଳ ଏତିକି ନୁହେଁ ତାଙ୍କ ଅନୁଭୂତି ଗୁଡିକ ମଧ୍ୟ ବଖାଣି ଥିଲେ । ନୀଲେସଙ୍କ ଅନ୍ଦାଜ ଆଉ ତାଙ୍କ ଆୱାଜରେ କାଲି ବହୁ ଦର୍ଶକ ଝୁମିଥିଲେ ।

କୁହାଯାଏ କାହାଣୀ ହେଉ ଅବା ଗପ ଯଦି ନିଜ କଥା କୁହା ଶୈଳୀରେ ତୁମେ ଶ୍ରୋତା ମାନଙ୍କୁ ବାନ୍ଧି ରଖିପାରିଲ ତେବେ ଏହା ଠାରୁ ଅଧିକ ବଡ ସମ୍ମାନ ନିଜ ପାଇଁ କିଛି ନଥାଏ। ତେବେ ଏହି ଭୂଫେଷ୍ଟୋ ଆସନ୍ତା୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆପଣ ମାନେ ମଧ୍ୟ ଏହି ଭୂଫେଷ୍ଟୋ ବୁଲି ଯାଆନ୍ତୁ ଏବଂ ଭରପୁର ମଜା ଉଠାନ୍ତୁ ।

Get real time updates directly on you device, subscribe now.