fbpx

ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଝଟକା, Chef de Mission ପଦରୁ ଓହରିଲେ ମ୍ୟାରୀ କମ୍‌

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମସି ମ୍ୟାରି କମ୍‌(MC Mary Kom) ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଶେଫ୍‌- ଦି- ମିଶନ(Chef  de Mission ) ପଦରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷା ପିଟି ଉଷାଙ୍କୁ ଏକ ପତ୍ର ଲେଖି ଏହି ପଦରୁ ଇସ୍ତାଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

୪୧ ବର୍ଷୀୟ ମେରୀ କମ୍ ୬ ଥର ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନ ରହିସାରିଛନ୍ତି । ସେ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ‘କୌଣସି ରୂପରେ ଭାରତର ସେବା କରିପାରିବା ମୋ ପାଇଁ ସମ୍ମାନର ବିଷୟ । ଆଗାମୀ ଦାୟିତ୍ୱ ପାଇଁ ମୁଁ ମାନସିକ ଭାବରେ ପ୍ରସ୍ତୁତ ଥିଲି । କିନ୍ତୁ ଦୁଃଖର ବିଷୟ ଯେ ମୁଁ ଏହି ଦାୟିତ୍ୱ ତୁଲାଇପାରିବି ନାହିଁ । କିଛି ବ୍ୟକ୍ତିଗତ କାରଣରୁ ମୁଁ ଏହି ପଦରୁ ଓହରି ଯାଉଛି ।’ ଅପରପକ୍ଷରେ ପିଟି ଉଷା ଏକ ବିବୃତ୍ତିରେ କହିଛନ୍ତି, ‘ମୋତେ ମେରୀ କମଙ୍କ ତରଫରୁ ଏକ ପତ୍ର ମିଳିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ୱରୁ ମୁକ୍ତ କରାଯାଉ ବୋଲି ସେ ନିବେଦନ କରିଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ପାଇଁ ଆମେ ଦୁଃଖିତ । ଅଲିମ୍ପିକ ପଦକ ବିଜେତା ମୁଷ୍ଟିଯୋଦ୍ଧା ଏବଂ ଆଇଓଏ ଏଥଲିଟ୍ ଆୟୋଗର ପ୍ରମୁଖ ମେରୀ କମ ବ୍ୟକ୍ତିଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ । ଖୁବ ଶୀଘ୍ର ଆମେ ତାଙ୍କ ବିକଳ୍ପ ବିଷୟରେ ଘୋଷଣା କରିବୁ ।’ ସେ ମେରୀ କମଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଆଇଓଏ ଏବଂ ତାଙ୍କ ସହଯୋଗ ସବୁବେଳେ ରହିବ । ସେ ଚାହାଁନ୍ତି ସମସ୍ତେ ମେରୀ କମଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତୁ ।

Get real time updates directly on you device, subscribe now.