fbpx

BIG BREAKING: ବଡ଼ ଧରଣର ଦୁର୍ଘଟଣା, ୧୭ ଜଣ ଆହତ

ଓଡିଶା ଭାସ୍କର: ଘାଟିରେ ଭ୍ୟାନ ଓଲଟିବାରୁ ୧୭ ଜଣ ଆହତ। ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଆସି ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଭ୍ୟାନଟି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିଆମାଳ ତିଳେଇପଶିରୁ ପରଜଙ୍ଗକୁ ଆସୁଥିଲା ଭ୍ୟାନ୍ । ମାତ୍ର ଦୁର୍ଭାଗ୍ୟବଶତଃ ଘାଟିରେ ଭ୍ୟାନଟି ଓଲଟିପଡିଥିଲା। ଫଳରେ ଭ୍ୟାନରେ ଥିବା ୧୭ ଜଣ ଆହତ ହୋଇଛନ୍ତି। ତେବେ ଏହି ୧୭ ଜଣଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଛତାବର ଓ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସେପଟେ ସଂକୀର୍ତ୍ତନରେ ରାତି ଅନିଦ୍ରା ହୋଇ, ସକାଳୁ ସକାଳୁ ଗାଡି ଚଳାଇବାରୁ ଆଖି ଲାଗି ଯାଇ ଦୁର୍ଘଟଣା ହୋଇଥିବା ନେଇ କୁହାଯାଉଛି।

Get real time updates directly on you device, subscribe now.