‘ଲଙ୍କା ଗୁଣ୍ଡ ପକାଇଲା, ବାନ୍ଧିଲା.. ପରେ ଚୁରୀ ଭୁଷିଲା ପିଶାଚୀ ସ୍ତ୍ରୀ’, ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାର ଖୁଲାସା
କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି..
ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ୨୦ ଅପ୍ରେଲରେ ବେଙ୍ଗଲୁରୁରେ ନିଜ ଘରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।
ସୂଚନା ମୁତାବକ, ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ତାଙ୍କ ପତ୍ନୀ ତାଙ୍କ ଉପରେ ଲଙ୍କା ଗୁଣ୍ଡ ପକାଇଥିଲେ।
ପରେ ତାଙ୍କ ବାନ୍ଧିଥିଲେ। ଏହାପରେ ପୂର୍ବତନ ଡିଜିପିଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ୬୮ ବର୍ଷୀୟ ଓମ ପ୍ରକାଶଙ୍କୁ କାଚ ବୋତଲରେ ମଧ୍ୟ ଆକ୍ରମଣ କରାଯାଇଛି।
ହତ୍ୟା ପରେ ଓମ ପ୍ରକାଶଙ୍କ ପତ୍ନୀ ଅନ୍ୟ ଜଣେ ପୋଲିସକର୍ମୀଙ୍କ ସ୍ତ୍ରୀଙ୍କୁ ଫୋନ କରି କହିଥିଲେ ଯେ, ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଦେଇଛନ୍ତି।
ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଓମ ପ୍ରକାଶଙ୍କ ସ୍ତ୍ରୀ ଏବଂ ତାଙ୍କ ଝିଅକୁ ହେପାଜତରେ ନେଇ ପଚରା ଉଚରା କରିଥିଲା। ପୋଲିସ ମାଆ ଏବଂ ଝିଅଙ୍କୁ ପାଖାପାଖି ୧୨ ଘଣ୍ଟା ଜେରା କରିଥିଲା।
ଜେରାରୁ ଜଣାପଡିଛି ଯେ, ସ୍ତ୍ରୀ ହିଁ ସ୍ୱାମୀଙ୍କୁ ହତ୍ୟା କରିଛି। ବର୍ତ୍ତମାନ ପୋଲିସ ଯାଞ୍ଚ କରୁଛି ଯେ, ଝିଅର ଏହି ହତ୍ୟାରେ ସଂପୃକ୍ତି ଅଛି ନା ନାହିଁ। ଓମ ପ୍ରକାଶ ନିଜ ସଂପର୍କୀୟଙ୍କୁ ସଂପତ୍ତି ଦେଇଥିଲେ। ଏହି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ବୋଲି ଖୁଲାସା ହୋଇଛି।