fbpx

(Video) ରାଜ୍ୟବାସୀଙ୍କୁ ବଡ଼ ଝଟକା! ବନ୍ଦ ହୋଇପାରେ ‘ମୋ ଘର’ ଯୋଜନା, ସଙ୍କେତ ଦେଲେ ମନ୍ତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ‘ମୋ ଘର’ ଯୋଜନା ବନ୍ଦ ହୋଇପାରେ । ଏହି ଯୋଜନାକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । ଆମ ଗାଁ ଆମ ବିକାଶ ଓ ମୋ ଘର ଯୋଜନା ବନ୍ଦ ହୋଇପାରେ । ଏନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମୋ ଘର ଯୋଜନାରେ ହିତାଧିକାରୀ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନା ପୂର୍ବରୁ ହିଁ ବନ୍ଦ ହୋଇ ଯାଇଛି । ବିଜେଡି ସରକାରରେ ପଲ୍ଲୀ ସଭା ବନ୍ଦ କରି ଦିଆଯାଇଥିଲା । ମାତ୍ର ନୂଆ ସରକାର ପଲ୍ଲୀସଭାକୁ ଗୁରୁତ୍ୱ ଦେଇ କାମ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।

Get real time updates directly on you device, subscribe now.