fbpx

ବିଲକିସ୍ ବାନୋ ମାମଲା; ଗୁଜୁରାଟ ସରକାରଙ୍କୁ ଝଟକା, ଆବେଦନ ଖାରଜ

ଗୁଜୁରାଟ : ସୁପ୍ରିମକୋର୍ଟରୁ ଗୁଜୁରାଟ ସରକାରଙ୍କୁ ଝଟକା । ଆଜି ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି । ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । କହିଛନ୍ତି ଯେ, ଯେଉଁ ନିର୍ଦ୍ଦେଶକୁ ଚାଲେଞ୍ଜ କରାଯାଇଥିଲା, ଆମେ ତାହାକୁ ହୃଦୟଙ୍ଗମ କରିଛୁ । ଏଥିରେ କୌଣସି ତ୍ରୁଟି ନଥିବା କାରଣରୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି ।

ପ୍ରକାଶଥାଉକି, 2022 ମସିହାରେ ଗୁଜୁରାଟ ଦଙ୍ଗା ସମୟରେ ବିଲକିସଙ୍କୁ ଦୁଷ୍କର୍ମ ସହିତ ପରିବାରର 7ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେହି ସମୟରେ ବିଲକିସ୍ 5 ମାସର ଗର୍ଭବତୀ ଥିଲେ ।  ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ 11 ଜଣ କିଛି ଦିନ ଜେଲ ଦଣ୍ଡ ଭୋଗିବା ପରେ ଗୁଜୁରାଟ ସରକାର କ୍ଷମା ଦେଇ ଛାଡି ଦେଇଥିଲେ । ତେବେ ଏହାକୁ ସୁପ୍ରିମକୋର୍ଟ ଆଗ୍ରହ୍ୟ କରି ପୁଣି ସମସ୍ତ ଦେଷୀଙ୍କୁ ଜେଲ୍ ପଠାଇ ଦେଇଥିଲେ । କିନ୍ତୁ ଗୁଜରାଟ ସରକାର ପୁନଃବିଚାର କରିବା ପାଇଁ କହିଥିଲେ । କିନ୍ତୁ ଆଜି ଏହାକୁ ସୁପ୍ରିମକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି ।ପ୍ରକାଶଥାଉକି, ଗତ ଜାନୁଆରି ୮ ତାରିଖରେ ସୁପ୍ରିମକୋର୍ଟ ବିଲ୍କିସ୍ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଦୋଷମୁକ୍ତ କରିବା ଘଟଣାକୁ ରଦ୍ଦ କରିଥିଲେ। ଅଭିଯୁକ୍ତଙ୍କ ସହ ମିଶି ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ସମାଲୋଚନା କରିଥିଲେ।

Get real time updates directly on you device, subscribe now.