ଲଣ୍ଡନ (ଓଡ଼ିଶା ଭାସ୍କର) ଇଂଲଣ୍ଡ ବିକ୍ଷ ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଯାଇଥିବା ଶ୍ରୀଲଙ୍କା ଦଳର ନିରୋଶାନ ଦିକୱେଲ୍ଲା ଓ କୁଶଲ ମେଣ୍ଡିସ୍ ଓ ଧନୁଷ୍କା ଗୁଣତିଳକ ବାୟୋ- ବବଲ୍ ନିୟମ ଉଲ୍ଲଘଂନ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମସ୍ତଙ୍କୁ ସସ୍ପେଣ୍ଡ କରିଛନ୍ତି । ରବିବାର ଦିନ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ସରିବା ପରେ ଏହି ଦୁଇ ଖେଳାଳି ଡରହାମର ଷ୍ଟ୍ରିଟ୍ସରେ ବୁଲୁଥିବାର ଭିଡିଓ ଭାଇରାଲ ହୋଇଥିବାବେଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ ଶାମସି ସିଲଭା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଟି-୨୦ ସିରିଜରେ ଶ୍ରୀଲଙ୍କା ୦-୩ରେ ହାର୍ ମାନିଛି।
And our players at late night in England during the series ? #ENGVSL Bio Bubble? @RajapaksaNamal @Mickeyarthurcr1 pic.twitter.com/m764HP96cd
— Nibraz Ramzan (@nibraz88cricket) June 28, 2021
ସୂଚନା ମୁତାବିକ, କରୋନା କାଳରେ ବାୟୋବବଲ୍ ନିୟମକୁ ଭାଙ୍ଗି ଏହି ଦୁଇ ଖେଳାଳୀ ରାତି ଅଧରେ କୌଣସି ନିଶାଦ୍ରବ୍ୟ ହାତରେ ଧରିଥିବାର ଦେଖିବାକୁ ମିଳୁଛି। ଭିଡିଓରେ କୁଶଲ ମେଣ୍ଡିସ୍ ହାତରେ କୌଣସି ନିଶା ଦ୍ରବ୍ୟ ଧରିଛନ୍ତି ଓ ପାଖରେ ଅଛନ୍ତି ମେଣ୍ଡିସ୍। ହାତରେ ଧରିଥିବା କିଛି ଜିନିଷକୁ ମେଣ୍ଡିସ୍ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆ ୟୁଜରମାନେ କଡା ଶବ୍ଦରେ ସମାଲୋଚନା କରିଛନ୍ତି।