fbpx

କାଲିମେଳାରେ ଜନ୍ମ ହେଲା ବିରଳ ଶିଶୁ, ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଅଦ୍ଭୁତ ଶିଶୁର ଫଟୋ

ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ଚିକିତ୍ସାଳୟରେ ଗତକାଲି ରାତ୍ର ସମୟରେ ଏକ ବିରଳ ନବଜାତ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି । ଜନ୍ମ ପରେ ଗୁରୁତର ଥିବାରୁ କାଲିମେଳାରୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଛନ୍ତି ସେଠିକାର ଡାକ୍ତର ।

ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଏମଭି ୭୨ ଗ୍ରାମର କୁମ୍ଭାର ସାହିରେ ରହୁଥିବା କୈଳାଶ କୁମ୍ଭାରଙ୍କ ପତ୍ନୀ ପ୍ରମିଳା କୁମ୍ଭାରଙ୍କ ରବିବାର ପ୍ରସବ ଯନ୍ତ୍ରଣା ହୋଇଥିଲା।  ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।  ସେଠାରେ ସେ ଯାଆଁଳ ଶିଶୁ ଜନ୍ମ ଦେଇଥିଲେ। ଗୋଟିଏ ଶିଶୁ ସାଧାରଣ  ପିଲା ଭଳି ହୋଇଥିବା ବେଳେ ଅନ୍ୟ ଶିଶୁଟି ଅଦ୍ଭୁତ ପରି ଦେଖାଯାଉଛି। ସେହି ବିରଳ ଶିଶୁଟିର  ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ  ତାକୁ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲା ହସ୍ପିଟାଲକୁ  ସ୍ଥାନାନ୍ତରିତ କରାଯାଇଛି।  ମାଲକାନଗିରି ଜିଲା ହସ୍ପିଟାଲ ସ୍ବତନ୍ତ୍ର ନବଜାତ ଶିଶୁ ଯନ୍ତ୍ର ବିଭାଗ କୋଠରୀରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ବି ସେପଟେ ଏହି ବିରଳ ନବଜାତ ଶିଶୁଟିର ଫଟୋ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.