fbpx

ହିନ୍ଦୁ ଧର୍ମକୁ ଅପମାନିତ କଲା ରେଷ୍ଟୁରାଣ୍ଟ; ବିରିୟାନୀ ADରେ ହିନ୍ଦୁ ସାଧୁସନ୍ଥ

ନୂଆଦିଲ୍ଲୀ: ପୁଣି ଥରେ ହିନ୍ଦୁଧର୍ମର ସାଧୁସନ୍ଥଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ଏକ ରେଷ୍ଟୁରାଣ୍ଟର ବିଜ୍ଞାପନରେ ସାଧୁସନ୍ଥଙ୍କୁ ଦେଖାଯିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । କର୍ଣ୍ଣାଟକର ନିୟାଜ ହୋଟେଲ ପକ୍ଷରୁ କରାଯାଇଥିବା ବିଜ୍ଞାପନରେ ଜଣେ ହିନ୍ଦୁ ସନ୍ଥ ନିଜ ଭକ୍ତଙ୍କୁ ବିରିୟାନୀ ମାଗୁଥିବାର ଆଡ ଦେଖାଦେଇଛି । ରାଜ୍ୟର ହିନ୍ଦୁ ସଂଗଠନ ଗୁଡିକ ଏହି ଆଡ ବିରୋଧରେ ପ୍ରତିବାଦ କରିବା ପରେ ପୋଲିସ ମୁତୟନ କରାଯାଇଛି ।

ଏହି ଆଡରେ ୱେବ ସିରିଜ ସାକ୍ରେଡ ଗେମସ-୨ର ଏକ ମିମ ବ୍ୟବହାର କରାଯାଇଛି । ପଙ୍କଜ ତ୍ରିପାଠୀଙ୍କ ଚରିତ୍ର ଗୁରୁଜୀ ନିଜ ଭକ୍ତଙ୍କୁ ବଳିଦାନ ନୁହେଁ ବିରିୟାନୀ ଦିଅ ବୋଲି କହୁଥିବା ଦେଖାଯାଇଛି । ନିୟାଜରୁ ବିରିୟାନୀ ଖାଇ ସାରିବା ପରେ ଗୁରୁଜୀଙ୍କ ପ୍ରତିକ୍ରିୟା ବୋଲି ପୋଷ୍ଟରେ ଲେଖାଯାଇଛି । ଏହା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ଲେଖା ଯାଇଥିଲା : ଅନ୍ୟ ମାନଙ୍କ ବିରିୟାନୀ ଠାରୁ ଆମ ବିରିୟାନୀ ଶ୍ରେଷ୍ଠ(ଅହ୍ମ ବ୍ରହ୍ମାସ୍ମି) । ଏହି ଘଟଣା ପରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ବେଙ୍ଗାଲୁରୁ କମିଶନରଙ୍କୁ ଭେଟି ଅଭିଯୋଗ ପ୍ରଦାନ କରାଯିବା ପରେ ନିୟାଜ ହୋଟେଲ ପକ୍ଷରୁ ଏହି ଆଡକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଧର୍ମୀୟ ଭାବନାକୁ ଆଘାତ କରିଥିବା କାରଣରୁ ନିୟାଜ ଗ୍ରୁପ ପକ୍ଷରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.