ବିଶ୍ରା ସିଲ୍

ସୁନ୍ଦରଗଡ଼, ୧୨ା୪ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରୁ ୨ଜଣ କରୋନା ଭୁତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ରବିବାର ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳ ଓ ଏହା ଆଖପାଖରେ ଥିବା ୮ଟି ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯିବା ସହ ଏହାକୁ କଣ୍ଟେନ୍ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଏହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି କଣ୍ଟେନମେଣ୍ଟ ଅଞ୍ଚଳବାସୀ ଏବେ ବଜାରକୁ ଯାଇପାରିବେ ନାହିଁ । ସେମାନଙ୍କ ଘର ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଅଞ୍ଚଳଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.