fbpx

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଲଢିଲେ ଦଳୀୟ କର୍ମୀ: ଅଧାରୁ ମଞ୍ଚ ଛାଡିଲେ ବିଧାୟକ ଅମର ଶତପଥୀ, ଦେଖନ୍ତୁ ଭିଡିଓ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାକୁ ନେଇ ଦେଖା ଦେଇଛି ଉତ୍ତେଜନା । ବଡଚଣା ବିଧାୟକ ଅମର ଶତପଥୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସିଥିବା ବେଳେ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କାର୍ଯ୍ୟକ୍ରମ ଅଧାରୁ ଫେରି ଯାଇଛନ୍ତି ।

ଶୁକ୍ରବାର ଅମର ପ୍ରସାଦ ଶତପଥୀ ସାଉଡିଆ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଇଥିଲେ । ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ଝଗଡା ହେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ହେବା ପରେ ମଞ୍ଚରୁ ଓହ୍ଲାଇ ପଳାଇଥିଲେ ବିଧାୟକ । ତେବେ କେଉଁ କାରଣ ପାଇଁ ଝଗଡା ହେଲା ତାହା ଜଣାପଡିନଥିବା ବେଳେ ବିଧାୟକ ବି ନୀରବ ରହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.