fbpx

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ଲିଷ୍ଟରେ ଅଛି ଏହି ନେତାମାନଙ୍କ ନାଁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆରପିଏନ୍ ସିଂ ଏବଂ ସୁଦର୍ଶନ ତ୍ରିବେଦୀଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରାଯାଇଛି । ଏହା ବ୍ୟତୀତ ଦଳ ବିହାର, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ସୁଭାଷ ବାରାଲାଙ୍କୁ ବିଜେପି ହରିୟାଣାର ଦଳର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ଦଳ ବିହାର ବିଜେପି ମହିଳା ମୋର୍ଚ୍ଚା ସଭାପତି ଧର୍ମଶିଲା ଗୁପ୍ତାଙ୍କୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଦଳ ନୀତୀଶ କୁମାରଙ୍କ ପୂର୍ବତନ ସହଯୋଗୀ ଭୀମ ସିଂଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ।

ଏହି ନେତାମାନଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଥିଲା :-
ଏହା ବ୍ୟତୀତ କର୍ଣ୍ଣାଟକର ନାରାୟଣ କୃଷ୍ଣ ଭାଣ୍ଡେ, ଛତିଶଗଡରୁ ରାଜା ଦେବେନ୍ଦ୍ର ପ୍ରତାପ ସିଂ ଏବଂ ପଶ୍ଚିମବଙ୍ଗର ସାମନୀ ଭଟ୍ଟାଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ଚୌଧୁରୀ ତେଜଭୀର ସିଂ, ସାଧନା ସିଂ, ଅମରପାଲ ମୌର୍ଯ୍ୟ, ସଂଗୀତ ବଲୱନ୍ତ ଏବଂ ନବୀନ ଜୈନଙ୍କୁ ମଧ୍ୟ ଉତ୍ତରପ୍ରଦେଶର ପ୍ରାର୍ଥୀ ଘୋଷଣା କରାଯାଇଛି ।

Get real time updates directly on you device, subscribe now.