fbpx

ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଲେ ବିଜେପି କର୍ମୀ

Advertisement

ନୂଆଦିଲ୍ଲୀ: ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ବିଜେପି କର୍ମୀ । ଜମ୍ମୁ କଶ୍ମୀରରେ ମଙ୍ଗଳବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । କୁଲଗାମ ଜିଲ୍ଳାର ବ୍ରାଜଲୁ ଜାଗିର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଜନୈକ ବିଜେପି କାର୍ଯ୍ୟକର୍ତ୍ତା । ମୃତ ବିଜେପି କର୍ମୀଙ୍କ ନାମ ଜାଭେଦ ଅହମଦ ଦର ବୋଲି ଜଣାପଡିଛି । ଶଲି ବଘ ନିର୍ବାଚନ ମଣ୍ଡଳୀରେ ସେ ବିଜେପିର ଦାୟିତ୍ୱ ନେଉଥିଲେ ।

ଏହି ଘଟଣାକୁ ବିଜେପିର ଜମ୍ମୁ ଓ କଶ୍ମୀର ଶାଖା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଆତଙ୍କୀଙ୍କ ଦ୍ୱାରା ହୋମଶଲିବଘ ବିଜେପି ସଭାପତିଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ପକ୍ଷରୁ କୁହାଯାଇଛି । କୁଲଗାମରେ ଘଟିଥିବା ଏହି ଘଟଣାକୁ ଭୀରୁତାର ପ୍ରତୀକ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଅବଦୁଲ୍ଳା ଟ୍ୱିଟ କରି ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.