fbpx

ବିହାରରେ ବ୍ଲାକ୍ ଫଙ୍ଗସର କହର: ଏଯାବତ ଚିହ୍ନଟ ହେଲେଣି ୩୩୩ ରୋଗୀ ଓ ମୃତ୍ୟୁ ସଂଖ୍ୟା ୭୬

ବିହାର: କରୋନା ମହାମାରୀ ସଙ୍କଟ ନଯାଉଣୁ ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ ଆତଙ୍କ ଖେଳାଇଛି । ଦେଶରେ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି ବିହାର । କାରଣ ବିହାରରେ ବ୍ଲାକ ଫଙ୍ଗସ ତାଣ୍ଡବ ରଚିଛି । ତେବେ ରବିବାର ସୁଦ୍ଧା ବିହାରରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହେତୁ ୭୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ଯାହା ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି । ସେହିପରି ଏହି ରୋଗରେ ପୀଡିତ ୩୩୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବିହାରରେ ଏପର୍ୟ୍ୟନ୍ତ ୫୬୨ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଠଟି ସଂକ୍ରମିତ ଠାବ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ପୀଡିତ ଥିବା ୧୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ପାଟନା ଇଓଓଗଝ ର ଦାୟିତ୍ୱରେ ଥିବା କୋଭିଡ୍ ପ୍ରଭାରୀ କହିଛନ୍ତି ଯେ ଜୁନ୍ ୧୨ରେ, ଆଇଜିଏମ୍ଏସ୍ ଠାରେ ଜଣେ ବୃଦ୍ଧ ରୋଗୀଙ୍କ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର ଦ୍ୱାରା ବ୍ଲାକ ଫଙ୍ଗସ୍ ବାହାର କରାଯାଇଥିଲା । ସେହିପରି ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆଇଜିଏମ୍ଏସ୍) ର ଅଧୀକ୍ଷକ ମନୀଷ ମଣ୍ଡଳ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ୧୮୬ ଜଣ ରୋଗୀଙ୍କୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.