fbpx

ଜମ୍ମୁ-କାଶ୍ମୀରରୁ ଯବାନଙ୍କୁ ଅପହରଣ ମାମଲା, ଜଙ୍ଗଲରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଯବାନଙ୍କୁ ଅପହରଣ ମାମଲା । ମିଳିଲା ନିଖୋଜ ଯବାନଙ୍କର ମୃତଦେହ । ଅନନ୍ତନାଗରୁ ନିଖୋଜ ହୋଇଥିବା ବେଳେ ପଥରବଲୀ ଜଙ୍ଗଲକୁ ତାଙ୍କ ମର ଶରୀର ଉଦ୍ଧାର କରାଯାଇଛି । ତେବେ ତାଙ୍କ ଶରୀରରେ ଗୁଳିମାଡ ହୋଇଥିବା ଚିହ୍ନ ରହିଛି । କହିରଖୁଛି କି, ଗତକାଲି(ମଙ୍ଗଳବାର) ଠାରୁ ଯବାନଜଣକ ନିଖୋଜ ରହିଥିବା ବେଳେ ବର୍ତ୍ତମାନ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଉକ୍ତ ଯବାନଙ୍କୁ ମାଓବାଦୀମାନେ ହିଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମଙ୍ଗଳବାର ଦିନ 2 ଜଣ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଅନନ୍ତନାଗ ଜଙ୍ଗଲରୁ ଯବାନଙ୍କୁ ଅପହରଣ କରିନେଇଥିଲେ । ତେବେ ଅପହରଣ ସମୟରେ ଜଣେ ଯବାନ ଆତଙ୍କୀଙ୍କ କବଳରୁ ଖସି ଆସିଥିବା ବେଳେ ଅନ୍ୟଜଣେ ଯବାନ ନିଖୋଜ ରହିଥିଲେ । ଅନେକ ଖୋଜୋଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନଥିଲା ବେଳେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ବର୍ତ୍ତମାନ ତାଙ୍କର ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.