(Breaking) ଚାଷୀଙ୍କ ପାଇଁ ଖୁସି ଖବର, ଦାନା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ, ଶୀଘ୍ର ମିଳିବ ଟଙ୍କା

ଭୁବନେଶ୍ୱର – ଦାନା ବାତ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସିଲେ କେନ୍ଦ୍ରୀୟ ଟିମ । ଏହି ଟିମ ଆସନ୍ତା ୨୭ ତାରିଖ ଯାଏଁ ଦାନାର କ୍ଷୟକ୍ଷତି ଆକଳନ କରିବେ । ଏଥିପାଇଁ ଦାନା ପ୍ରଭାବିତ ଜିଲ୍ଲା ଗସ୍ତ କରିବେ । ଆଜି ଟିମ ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରାପଡା ଗସ୍ତ କରିଛନ୍ତି । କେନ୍ଦ୍ରାପଡାରେ ପ୍ରଭାବିତ ଅଞ୍ଚଳ ବୁଲି କ୍ଷତିର ଆକଳନ କରୁଛନ୍ତି ।

୨ ଜଣିଆ କେନ୍ଦ୍ରୀୟ ଟିମ କେନ୍ଦ୍ରାପଡାରେ ପହଞ୍ଚି ସେମାନଙ୍କ ସର୍ବେକ୍ଷଣ କାମ ଆରମ୍ଭ କରିଛନ୍ତି । ଟିମ ଭୁବନେଶ୍ୱରରୁ କେନ୍ଦ୍ରାପଡା ସର୍କିଟ ହାଉସରେ ପହଞ୍ଚିତିଲେ । ସେଠାରୁ ରାଜନଗର ଅଭିମୁଖେ ବାହାରିଥିଲେ । ସେଠି ସରଜମିନ ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ମଧ୍ୟ କଥା ହେବେ ।

ଦାନାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ୱର, କେନ୍ଦ୍ରାପଡା, ମୟୂରଭଞ୍ଜ ତଥା ଜଗତସିଂହପୁର ଆଦି ଜିଲ୍ଲା ଗସ୍ତ କରିବେ ଏହି ଟିମ । ଟିମର ଅନୁଧ୍ୟାନ ପରେ ୨୬ରେ ଭୁବନେଶ୍ୱରରେ ଅଧିକାରୀଙ୍କ ସହ ଆଲୋଚନା ହେବ । ଆଲୋଚନା ପରେ ସରକାର ସହ ମଧ୍ୟ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ତା ପରେ ୨୭ରେ ଟିମ ଦିଲ୍ଲୀ ଗସ୍ତ କରିବେ ।