fbpx

ମାତ୍ର ୪୫ ଟଙ୍କାରେ ପାଆନ୍ତୁ ୧୦ଜିବି ଡାଟା, ଅନଲିମିଟେଡ୍ କଲ୍ ସମେତ ବହୁତ୍ କିଛି ସେବା ଫ୍ରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନିଜର ଗ୍ରାହକଙ୍କୁ ବଜାୟ ରଖିବା ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ ଏହି କ୍ରମରେ ବିଏସଏନଏଲ୍ ନିଜର ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଆଣିଛି । କମ୍ପାନୀ ବର୍ତ୍ତମାନ ୪୫ ଟଙ୍କା ରିଚାର୍ଜ ପ୍ଲାନ୍ ଦ୍ୱାରା ଏକ ପ୍ରୋମୋଶନାଲ୍ ସ୍କିମ୍ ଗ୍ରାହଣଙ୍କୁ ଦେଉଛି । ଯାହା ଏକ ଲିମିଟେଡ୍ ପ୍ଲାନ୍ । ତେଣୁ ଏହାର ଲାଭ ଗ୍ରାହକ ମାନେ ଲିମିଟେଡ୍ ପିରିଅଡ୍ ପର୍ଯ୍ୟନ୍ତ ଉଠାଇପାରିବେ । ତେବେ ଚାଲନ୍ତୁ ଜାଣିବା କଣ ଏହି ପ୍ଲାନ୍ ।
ବିଏସଏନଏଲ୍ ର ସବୁଠାରୁ ଶସ୍ତା ୪୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ମୋଟ ୧୦ ଜିବି ଡାଟା ଦିଆଯାଉଛି । ଏଥିସହିତ ଅନଲିମିଟେଡ୍ କଲ୍ ମାଗଣାରେ ମିଳୁଛି । ଏହା ବ୍ୟତୀତ ଗ୍ରାହକମାନେ ଏହି ପ୍ଲାନ୍ ରେ ୧୦୦ ଟି ଏସଏମଏସ୍ ମଧ୍ୟ ପାଇବେ । ବିଏସଏନଏଲ୍ ର ଏହି ପ୍ଲାନ୍ ର ବୈଧତା କେବଳ ୧୫ ଦିନ ପର୍ୟ୍ୟନ୍ତ ରହିଛି । ବିଏସଏନଏଲ୍ କମ୍ପାନୀ ୪୫ ଟଙ୍କାର ଏହି ପ୍ଲାନ୍ ସହିତ ଫ୍ରୀ ସିମ୍ କାର୍ଡ ମଧ୍ୟ ଅଫର୍ କରୁଛି । ଏହି ପ୍ଲାନ୍ କୁ ପ୍ରୋମୋଶନାଲ୍ ଅଫର୍ ଭାବେ ଅଣାଯାଇଛି । ଏହି ପ୍ଲାନ୍ ୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ।

Get real time updates directly on you device, subscribe now.