fbpx

କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ କେଉଁ ଦିଗକୁ ଦେଉଛନ୍ତି ଅଧିକ ଗୁରୁତ୍ୱ ?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ୨୦୨୨ ଉପସ୍ଥାପନ କରୁଛନ୍ତି । ଏହି ବଜେଟତ ଉପରେ ସାଧାରଣ ଲୋକଙ୍କ ଅନେକ ଆଶା ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି । ୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି । ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।’

ନୀଳାଚଳ ଇସ୍ପାତ ନିଗମ ଲି. ବିନିବେଶ ଚୂଡ଼ାନ୍ତ କରାଯାଇଛି । ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ‘ପିଏମ ଗତିଶକ୍ତି’ ଆରମ୍ଭ ହେଉଛି । ରେଳ, ରୋଡ୍, ଏୟାରୱେଜ୍, ୱାଟରୱେଜ ପାଇଁ ରହିଛି ପିଏମ ଗତିଶକ୍ତି । ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୪୦୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ । ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି ।

ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗୀ ହେବ । ୫ଟି ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.