fbpx

କେବଳ ଆଜି ପାଇଁ ଅଫର ଲାଗୁ: ଗୋଟିଏ ମଦ ବୋତଲ କିଣିଲେ ଆଉ ଗୋଟିଏ ଫ୍ରି’ରେ ପାଆନ୍ତୁ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଦିଲ୍ଲୀରେ ପୁରୁଣା ଏକ୍ସାଇଜ ପଲିସୀ ଲାଗୁ ହୋଇଯିବ । ନୂଆ ଆଜି ଅର୍ଥାତ ଅଗଷ୍ଟ ୩୧ ତାରିଖ ହେଉଛି ଏକ୍ସାଇଜ ପଲିସୀର ଅନ୍ତିମ ଦିବସ । ତେଣୁ ମଦ ଦୋକାନରେ ଗୋଟିଏ ବୋତଲ ସହିତ ଆଉ ଗୋଟିଏ ବୋତଲ ମାଗଣା ଅଫର ଦିଆଯାଉଛି । ୫୦୦ଟି ସରକାରୀ ମଦ ଦୋକାନରେ ମଦ ବିକ୍ରି ହେବ ବୋଲି ଜଣାପଡ଼ିଛି ।

ମଦ ବିକ୍ରି ବ୍ୟବସ୍ଥାରେ ପରିବର୍ତ୍ତନ ସହ ଏକ୍ସାଇଜ ବିଭାଗ ମଧ୍ୟ ଆକ୍ସନ ମୁଡ଼କୁ ଚାଲିଆସିଛି । ଏକ ସୂତ୍ର ମୁତାବକ, ପ୍ରାରମ୍ଭିକ ଭାବେ ସରକାର ପାଖାପାଖି ୫୦୦ଟି ସରକାରୀ ମଦ ଦୋକାନ ଖୋଲିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଆଗାମୀ ଦିନମାନଙ୍କରେ ଏହି ସଂଖ୍ୟା ବୃଦ୍ଧି କରାଯାଇ ୭୦୦ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦ଟି ହୋଲସେଲ ଓ ଉତ୍ପାଦକଙ୍କ ପକ୍ଷରୁ ୫୦୦ଟି ଅଲଗା ଅଲଗା ବ୍ରାଣ୍ଡକୁ ପଞ୍ଜୀକୃତ କରାଯାଇଛି । ଏହାଦ୍ୱାରା ମଦ ସୌକିନଧାରୀଙ୍କୁ ସେମାନଙ୍କର ମନ ପସନ୍ଦର ବ୍ରାଣ୍ଡ ସହଜରେ ମିଳିପାରିବ ।

ପୁରୁଣା ପଲିସୀରେ ଡିଏସଆଇଆଇଡିସି, ଡିସିସିଡବ୍ଲ୍ୟୁଏସ, ଡିଏସସିଏସସି, ଡିଟିଟିଡିସି ଭଳି ଚାରିଟି ସରକାରୀ ଏଜେନ୍ସି ମଦ ଦୋକାନ ଚଳାଇବେ । ଏଥିସହିତ ଏକ୍ସାଇଜ ବିଭାଗ ପାଖାପାଖି ୪ଟି ମାଇକ୍ରୋବ୍ରେୱରିଜକୁ ଅନୁମତି ଦେଇଛି । ସେମାନେ ଦିଲ୍ଲୀରେ ବିୟନ ବିକ୍ରି କରିବେ । ଗତବର୍ଷ ନଭେମ୍ବର ୧୭ରେ ନୂଆ ମଦ ନୀତି ଲାଗୁ ହେବା ପରେ ମାଇକ୍ରୋବ୍ରେବରିଜ ସହରରେ ପରିଚାଳିତ ହୋଇପାରୁ ନଥିଲା ।

Get real time updates directly on you device, subscribe now.