fbpx

‘ଜାମ୍ମୁ କାଶ୍ମୀର ଯାଆନ୍ତୁନି’, ଭାରତ ସହ ବିବାଦ ମଧ୍ୟରେ କାନାଡା ଜାରି କଲା ଟ୍ରାଭେଲ ଆଡଭାଇଜରୀ

Advertisement

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର ଦିନ କାନାଡା ନିଜ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କାନାଡା ନିଜ ଦେଶର ଲୋକଙ୍କୁ ଜାମ୍ମୁ କାଶ୍ମୀର ଯାତ୍ରା ନକରିବାକୁ କହିଛି। ସୁରକ୍ଷାକୁ ଏହାର କାରଣ ବୋଲି କାନାଡା ଦର୍ଶାଇଛି। ଆଡଭାଇଜରୀରେ ଲେଖାଯାଇଛି, ଜାମ୍ମୁ କାଶ୍ମୀରକୁ ଯାଆନ୍ତୁ ନାହିଁ, କାରଣ ଏଠାରେ ଆତଙ୍କବାଦ, ଉଗ୍ରବାଦ, ନାଗରିକ ଅଶାନ୍ତି ଏବଂ ଅପହରଣର ବିପଦ ରହିଛି।

କାନାଡା ଏହି ଆଡଭାଇଜର ଜାରି କରିଛି ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ନିଜ୍ଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଥିଲେ। ଏଥିସହ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରାଯାଇଛି। କାନାଡାର ଏହି ଉତ୍ତେଜନାମୂଳକ ପଦକ୍ଷେପକୁ ନେଇ ଭାରତ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି। କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ଭାରତର ପ୍ରତିଶୋଧ ପରାୟଣ କାର୍ଯ୍ୟ ପରେ ଟ୍ରୁଡୋଙ୍କ ବିବୃତ୍ତି ମଙ୍ଗଳବାର ଦିନ ଆସିଛି।

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ଭାରତ ସରକାର ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ସେ କହିଛନ୍ତି, “ଆମେ ଉତ୍ତେଜନା ସୃଷ୍ଟି କରିବାକୁ କିମ୍ବା ବୃଦ୍ଧି କରିବାକୁ ଚେଷ୍ଟା କରୁନାହୁଁ। ଆମେ କେବଳ ତଥ୍ୟ ଉପସ୍ଥାପନ କରୁଛୁ।

Get real time updates directly on you device, subscribe now.