କାନାଡ଼ାରୁ ବଡ଼ ଖବର; ପିଏମ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ, ଖୁବଶୀଘ୍ର ହୋଇପାରେ ଘୋଷଣା

କାନାଡ଼ାର ପ୍ରଧାନମନ୍ତ୍ରୀ ନିଜ ପଦବୀରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ: କାନାଡ଼ାରୁ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ନିଜ ଦେଶରେ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏଥିପାଇଁ ସେ ପିଏମ ପଦରୁ ଇସ୍ତଫା ଦେବେ।

ରିପୋର୍ଟ ମୁତାବକ, ଜଷ୍ଟିନ ଟ୍ରୁଡୋ କାନାଡ଼ାର ପିଏମ ପଦରୁ ଆଜି ସୋମବାର ନଚେତ ଏହି ସପ୍ତାହ ମଧ୍ୟରେ ଇସ୍ତଫା ଦେବେ। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳରେ କାନାଡ଼ାର ସଂପର୍କ ଭାରତ ସମେତ ଅନେକ ଦେଶମାନଙ୍କ ସହ ଖରାପ ହୋଇଛି। ଭାରତ ଦୃଷ୍ଟିକୋଣରୁ ଏହା ଏକ ଖୁସି ଖବର ଭାବରେ ବିବେଚନା କରାଯାଉଛି।

ଉପ ପ୍ରଧାନମନ୍ତ୍ରୀ ଦେଇସାରିଛନ୍ତି ଇସ୍ତଫା: କାନାଡ଼ାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାରର ଲୋକପ୍ରିୟତା ଲଗାତାର ହ୍ରାସ ପାଉଛି। ଏହା ପୂର୍ବରୁ ଟ୍ରୁଡୋ ସରକାରଙ୍କ ସବୁଠୁ ଶକ୍ତଶାଳୀ ମନ୍ତ୍ରୀ ଏବଂ ଉପ ପ୍ରଧାନମନ୍ତ୍ରୀ କ୍ରିଷ୍ଟିୟା ଫ୍ରୀଲ୍ୟାଣ୍ଡ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ଇସ୍ତଫାକୁ ଟ୍ରୁଡୋଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ସେ ଦେଶର ଅର୍ଥ ମନ୍ତ୍ରୀଙ୍କ ପଦ ମଧ୍ୟ ସମ୍ଭାଳୁଥିଲେ।