fbpx

ପଞ୍ଜାବରେ ଘନେଇଲା କଂଗ୍ରେସର ସଙ୍କଟ, ସିଦ୍ଧୁ କହିଲେ-ଅମରିନ୍ଦର ସିଂହ କଂଗ୍ରେସ ନୁହନ୍ତି, ସେ ପ୍ରତିଦିନ ମିଛ କହୁଛନ୍ତି

Advertisement

ଚଣ୍ଡିଗଡ : ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ସଙ୍କଟ ଅଧିକ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେମ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଜାରି ବିବାଦକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ଅଦ୍ୟାବଧି ସମାଧାନ କରିବାରେ ବିଫଳ। ଗଠିତ କମିଟି ସାମ୍ନାରେ କ୍ୟାପଟେନ୍ ଓ ସିଦ୍ଧୁ ନିଜ ନିଜର ପକ୍ଷ ରଖି ସାରିଛନ୍ତି। ହେଲେ ପୁଣି ଥରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସୁଛନ୍ତି। ଏଥିରୁ ପ୍ରତୀତ ହେଉଛି ଯେ, ଉଭୟ ପକ୍ଷ ନିଜ ନିଜର ଜିଦରୁ ଓହରିବା ମୁଡରେ ନାହାନ୍ତି।

ବିବାଦ ମଧ୍ୟରେ ନବଜୋତ ସିଂହ ସିଦ୍ଧୁ ପ୍ରଥମ ଥର ଖୋଲାଖୋଲି ଗଣମାଧ୍ୟମ ସାମ୍ନାରେ ନିଜ କଥା ରଖିଛନ୍ତି। ଏପରିକି ଅମରିନ୍ଦର ସିଂହ ପ୍ରତି ଦିନ ମିଥ୍ୟା କହୁଥିବା ବଡ ଅଭିଯୋଗ କରିଛନ୍ତି ସିଦ୍ଧୁ। ସେ କହିଛନ୍ତି, ମୋର ରାଜନୈତିକ କ୍ୟାରିୟରର ଉଦ୍ଦେଶ୍ୟ ସିଷ୍ଟମକୁ ବଦଳାଇବା। ଗୋଟିଏ ସିଷ୍ଟମକୁ ସୁଧାରିବାର ଆବଶ୍ୟକତା ରହିଛି, ଯେଉଁଠି ପଞ୍ଜାବକୁ ଦୁଇ ଶକ୍ତିଶାଳୀ ପରିବାର ନିୟନ୍ତ୍ରଣ କରୁଛନ୍ତି। ଏମିତି ପରିବାର ଯିଏ ନିଜ ହିତ ସାଧନ ପାଇଁ ବିଧାୟକଙ୍କୁ ବଦନାମ କରିବାକୁ ପଛାଉ ନାହାନ୍ତି। ରାଜ୍ୟର ହିତକୁ ଅଣଦେଖା କରୁଛନ୍ତି। ସେମାନେ ସବୁ କିଛି ନିୟନ୍ତ୍ରଣ କରୁଛନ୍ତି। ମୋର ଲଢେଇ ଏହି ସିଷ୍ଟମ ବିରୋଧରେ ରହିଛି।

ସିଦ୍ଧୁ କହିଛନ୍ତି, ପ୍ରଶାନ୍ତ କିଶୋର ମୋ ସହ ୬୦  ଥର ସାକ୍ଷାତ କରିଥିଲେ। ତେବେ ଯାଇ ମୁଁ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି। ମୁଁ ପଞ୍ଜାବରେ ୫୬ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛି ଏବଂ ପାର୍ଟି ସେଥିରୁ ୫୪ ଆସନରେ ବିଜୟୀ ହୋଇଛି। ପଞ୍ଜାବରେ ତିନୋଟି ନଦୀ ପ୍ରବାହିତ ହେଉଛି। ମାତ୍ର ଅକାଳୀ-ବିଜେପି ସରକାର ୧୦ ବର୍ଷରେ ବାଲିର ନିଲାମରୁ କେବଳ ୧୦ କୋଟି ଟଙ୍କା ଜମା କରିଛନ୍ତି। ବାକି ଟଙ୍କା ଗଲା କୁଆଡେ ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି।

 

Get real time updates directly on you device, subscribe now.