ଭୁବନେଶ୍ୱର, ୮ା୫(ଓଡ଼ିଶା ଭାସ୍କର): ପୁରୀରେ ଆଜିଠାରୁ ରଥକାମ ନିର୍ମାଣ ଆରମ୍ଭ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଅନୁମତି ମିଳିବା ପରେ ରଥକାମ ଚାଲିଛି । ରଥଯାତ୍ରା ହୋଇପାରିବ କି ନାହିଁ ଆଲୋଚନା ହେବ । ତାଲାବନ୍ଦ ପରେ ସ୍ଥିତି ଦେଖି ରଥଯାତ୍ରା ନିଷ୍ପତ୍ତି ନିଆଯିବ ବୋଳି ସେ କହିଛନ୍ତି । ଏହାସହ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଫେରିବାକୁ ପ୍ରବାସୀ ଓଡ଼ିଆ ପଞ୍ଜୀକରଣ କରିଛନ୍ତି । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ପ୍ରଥମେ କରୋନା ପରୀକ୍ଷା କରାଯିବ, ପରେ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଅଣାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପିକୁ ଅପେକ୍ଷା , ଏହା ମିଳିବା ପରେ ତର୍ଜମା ହେବ ବୋଲି ସେ କହିଛନ୍ତି ।
Prev Post
Next Post