IIT ବାବାଙ୍କ ନାଁରେ ମାମଲା, ହୋଟେଲ ରୁମରେ ରଖିଥିଲେ ଗଞ୍ଜେଇ

ପୁଣି ଚର୍ଚ୍ଚାରେ ଅଭୟ ସିଂ । ବିରୋଧରେ ହେଲା ମାମଲା ।

ଜୟପୁର: ଯେବେଠାରୁ ଆଇଆଇଟି ବାବା ଚର୍ଚ୍ଚାକୁ ଆସିଲେଣି ସେବେଠୁ ତାଙ୍କୁ ନେଇ କିଛି ନା କିଛି ନୂଆ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ଆଇଆଇଟି ବାବା ଗଞ୍ଜେଇକୁ ନେଇ ହଟହଟା ହୋଇଛନ୍ତି ।

ମିଳିଲା ଗଞ୍ଜେଇ: ପାଖରେ ଗଞ୍ଜେଇ ରଖିବା ନେଇ ଜୟପୁରରେ ବାବାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ବାବାଙ୍କ ପାଖରେ ଗଞ୍ଜେଇ ଥିବା ନେଇ ଖବର ପାଇ ପୋଲିସ ବାବା ରହୁଥିବା ରିଦ୍ଧିସିଦ୍ଧି ହୋଟେଲରେ ପହଞ୍ଚିଥିଲେ ।

ଛାଡ଼ିଦେଲା: ସର୍ଚ୍ଚ ପରେ ବାବାଙ୍କ ପାଖରେ କମ୍ ପରିମାଣର ଗଞ୍ଜେଇ ପାଇଥିଲା ପୋଲିସ । ଯାହାପରେ ପୋଲିସ ମାମଲା ରୁଜୁ ପରେ ତାଙ୍କୁ ଛାଡ଼ି ଦେଇଛି । ଘଟଣାକୁ ନେଇ ନିଜେ ଆଇଆଇଟି ବାବା ଅଭୟ ସିଂ କହିଛନ୍ତି, ମୋ ପାଖରେ ପ୍ରସାଦ ଥିଲା, ଯାହକୁ ନେଇ ମୋ ବିରୋଧରେ ମାମଲା ରୁଜୁ ହୋଇଛି ।

ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲକୁ ବିତର୍କ ପାଇଁ ଯାଇଥିବାବେଳେ ଅଭୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଯାହାକୁ ନେଇ ବଡ଼ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା ।