fbpx

‘CBI ପୁଣି ମୋ ଅଫିସରେ ରେଡ୍ କରିଛି’ କହିଲେ ମନୀଷ ସିସୋଦିଆ, ଏଜେନ୍ସୀ କହିଲା କୌଣସି ରେଡ୍ ହୋଇନାହିଁ

ନୁଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ରେଡ୍ କରୁଛି ସିବିଆଇ। ନିଜେ ସିସୋଦିୟା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସିସୋଦିୟା ଲେଖିଛନ୍ତି, ‘ଆଜି ପୁଣି ସିବିଆଇ ମୋ କାର୍ଯ୍ୟାଳୟରେ ପହଞ୍ଚିଛି। ମୁଁ ତାଙ୍କୁ ସ୍ୱାଗତ କରୁଛି।’ ସେମାନେ ମୋ ଘରେ ରେଡ୍ କଲେ, କାର୍ଯ୍ୟାଳୟରେ ଛାପା ଚଢାଉ କରିଲେ, ଲକର ଯାଞ୍ଚ କଲେ ଏବଂ ମୋର ଗାଁ ପର୍ଯ୍ୟନ୍ତ ମଧ୍ୟ ସେମାନେ ଯାଇ ଛାନ୍‌ବିନ୍ କଲେ। କିନ୍ତୁ ମୋ ବିରୁଦ୍ଧରେ ସେମାନଙ୍କୁ କୌଣସି ପ୍ରମାଣ ମିଳିନାହିଁ। କାରଣ ମୁଁ କିଛି ଭୁଲ୍ ହିଁ କରିନାହିଁ। ସଚ୍ଚୋଟତାର ସହିତ ଦିଲ୍ଲୀର ପିଲାଙ୍କୁ ଶିକ୍ଷା ଯୋଗାଇଛୁ।

ସୂଚନାଯୋଗ୍ୟ ଗତ ବର୍ଷ ଅଗଷ୍ଟ ମାସରେ ସିବିଆଇ ଟିମ୍ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। ସେ ନିଜେ ଟ୍ୱିଟ୍ କରି ସେହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି। ମନୀଷ ସିସୋଦିଆ ଗୋଟିଏ ପରେ ଗୋଟିଏ ତିନୋଟି ଟ୍ୱିଟରେ ଏହି ସୂଚନା ଦେଇଥିବା ବେଳେ ସେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ମନୀଷ ସିସୋଦିଆ ତାଙ୍କ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରିବାକୁ ବାରଣ କରାଯାଉଛି।

Get real time updates directly on you device, subscribe now.