fbpx

ମିଶନାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ଅଭିଯୋଗ ଆଣିଲେ ମମତା; କେନ୍ଦ୍ର ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ସୋମବାର ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ରହିଥିବା ସମସ୍ତ ମିଶନାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିବା ନେଇ ମମତା ଅଭିଯୋଗ ଆଣିଥିଲେ । ମଦର ଟେରେସାଙ୍କ ମିଶନାରୀ ଚାରିଟି ସହିତ ଜଡିତ ସମସ୍ତ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ନେଇ ମମତା ଅଭିଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆକାଉଣ୍ଟକୁ ଅଚଳ କରାଯାଇଥିବା ବେଳେ ଏ ସମ୍ପର୍କରେ ରାଜ୍ୟକୁ କୌଣସି ସୂଚନା ଦିଆଯାଇନଥିବା ନେଇ ମମତା ଅସନ୍ତୋଷ ପ୍ରକାଶ କରିଥିଲେ ।

ତେବେ ସମ୍ପୃକ୍ତ ବିଭାଗର କୌଣସି ବି ଆକାଉଣ୍ଟ ଫ୍ରିଜ କରାଯାଇନଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ମିଶନାରୀ ଚାରିଟିର ମୁଖପାତ୍ର ସୁନୀତା କୁମାର ଏହି ଖବରକୁ ଅସ୍ୱୀକାର କରିଛନ୍ତି । ମମତାଙ୍କ ଅଭିଯୋଗ ଅନୁଯାୟୀ ଆକାଉଣ୍ଟ ଫ୍ରିଜ ହେବା କାରଣରୁ ୨୨ ହଜାର ରୋଗୀଙ୍କୁ ଖାଦ୍ୟ ଓ ଔଷଧ ପ୍ରଦାନ କରାଯାଇ ପାରିନାହିଁ । କ୍ରିଷ୍ଟ ମାସ ସମୟରେ ଏଭଳି ଆକାଉଣ୍ଟ ଫ୍ରିଜ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଟ୍ୱିଟ୍ କରି ଲେଖିଛନ୍ତି ମମତା ବାନାର୍ଜୀ ।

Get real time updates directly on you device, subscribe now.