fbpx

ଖୁସୀ ଖବର.. ବଢିଲା ଶ୍ରମିକଙ୍କ ମଜୁରୀ, ମାସକୁ ମିଳିବ 26 ହଜାର 900 ଟଙ୍କା

ନୂଆଦିଲ୍ଲୀ: ଶ୍ରମିକମାନଙ୍କ ପାଇଁ ଖୁସୀ ଖବର । ବଢିଲା ସର୍ବନିମ୍ନ ମଜୁରୀ ହାର । ଭେରିଏବଲ ଡିୟରନେସ ଭତ୍ତା (VDA) କୁ ସଂଶୋଧନ କରି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଗୁରୁବାର ଦିନ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଶ୍ରମିକଙ୍କ ଜୀବନଧାରଣର ବୃଦ୍ଧି ସହ ମୁକାବିଲା କରିବାକୁ ଏହା ଶ୍ରମିକମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ । ଏହାକୁ ଲକ୍ଷ୍ୟ ରଖି ମଜୁରୀ ହାର ବୃଦ୍ଧି କରାଯାଇଛି ।

ଅକ୍ଟୋବର 1ରୁ କାର୍ଯ୍ୟକାରୀ- ସଂଶୋଧିତ ମଜୁରୀ ହାର ଅକ୍ଟୋବର 1 ତାରିଖରୁ କାର୍ଯ୍ୟକାରୀ ହେବ । ବିଲଡିଂ ନିର୍ମାଣ, ଲୋଡିଂ ଏବଂ ଅନଲୋଡିଂ, ୱାଚ୍ ଆଣ୍ଡ ୱାର୍ଡ, ସୁଇପିଂ, ଝାଡୁଦାର, ଗୃହରକ୍ଷୀ, ଖଣି ଏବଂ କୃଷି ସହିତ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ନୂତନ ହାରରେ ଉପକୃତ ହେବେ । ସର୍ବନିମ୍ନ ମଜୁରୀ ହାର ଦକ୍ଷତା ସ୍ତର (ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ)ରେ ବର୍ଗୀକୃତ କରାଯାଇଛି । A,B ଏବଂ C ତିନି ଭାଗ ହୋଇଛି ।

A ଶ୍ରେଣୀରେ କେଉଁମାନେ ରହିବେ-

ଅଣକୁଶଳୀ ଶ୍ରମିକ: ଦୈନିକ 783 ଟଙ୍କା (ମାସକୁ 20,358 ଟଙ୍କା)

ଅର୍ଦ୍ଧ କୁଶଳୀ ଶ୍ରମିକ: ଦୈନିକ 868 ଟଙ୍କା (ମାସକୁ 22,568 ଟଙ୍କା)

କୁଶଳୀ ଶ୍ରମିକ : ଦୈ954 ଟଙ୍କା (ମାସକୁ 24,804 ଟଙ୍କା)

ଉଚ୍ଚ ଦକ୍ଷତା ସମ୍ପନ୍ନ ଶ୍ରମିକ: ଦୈନିକ 1,035 ଟଙ୍କା (ମାସିକ 26,910 ଟଙ୍କା)

ଶିଳ୍ପ ଶ୍ରମିକମାନଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କରେ ମାସିକ ହାରାହାରି ବୃଦ୍ଧିରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଭିଡିଏ ସଂଶୋଧନ କରନ୍ତି । ଯଦି ଆପଣ ଅଧିକ ସୂଚନା ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ମୁଖ୍ୟ ଶ୍ରମ କମିଶନରଙ୍କ ସରକାରୀ ଓ୍ବେବସାଇଟ୍ clc.gov.in. କୁ ଯାଇ ବିବରଣୀ ଦେଖିପାରିବେ ।

Get real time updates directly on you device, subscribe now.