fbpx

ଶୁଭେନ୍ଦୁ ଅଧିକାରୀଙ୍କ ବାପା ଓ ଭାଇଙ୍କୁ କେନ୍ଦ୍ର ଦେବ ୱାଇ+ ସୁରକ୍ଷା, ୨ ସାଂସଦଙ୍କୁ ସୁରକ୍ଷା ଦେବେ ସିଆରପିଏଫ କମାଣ୍ଡୋ

Advertisement

କୋଲକାତା (ଓଡ଼ିଶା ଭାସ୍କର): ବିଜେପି ଟିକେଟରେ ନନ୍ଦିଗ୍ରାମ ଆସନରୁ ଜିତିଥିବା ଶୁଭେନ୍ଦୁଅଧିକାରୀଙ୍କ ବାପା ଓ ଭାଇଙ୍କୁ ଓ୍ବାଇ- ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ବେଙ୍ଗଲର ସାଂସଦ । ସେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ସେହିପରି ତାଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ମିଶିଛନ୍ତି । ସେ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।ଉଭୟଙ୍କୁୱାଇ + ସୁରକ୍ଷା ଯୋଗାଇ ଦିଆଯିବ । ୱାଇ+ ସୁରକ୍ଷା ମିଳିଲେ ଏହି ଦୁଇ ସାଂସଦଙ୍କ ଚାରିପାଖରେ ସିଆରପିଏଫ କମାଣ୍ଡୋମାନେ ରହିବେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ଭୋଟ ଗ୍ରହଣ ହୋଇଥିବା ୨୯୨ଟି ମଧ୍ୟରୁ ମମତାଙ୍କ ଟିଏମସି ୨୧୩ଟିରେ ଜିତିଥିଲା । ବିଜେପି ୭୭ଟି ଆସନରେ ସୀମିତ ରହିଥିଲା । ଶୁଭେନ୍ଦୁ ଠିକ୍‌ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ । ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ । ବିଜେପି ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି ।

Get real time updates directly on you device, subscribe now.