fbpx

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ମୁତାବକ ସ୍କୁଲ ପାଠ୍ୟକ୍ରମରେ ଇମରଜେନ୍ସି ସମୟରେ ହୋଇଥିବା ଅତ୍ୟାଚାର ଏବଂ ଦମନର ବାଖ୍ୟା କରିବ । ଯାହା ୧୯୭୫ରେ କଂଗ୍ରେସ ସରକାର ଦ୍ୱାରା ଲଗାଯାଇଥିଲା । ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ପିଢିକୁ ୧୯୭୫ ରୁ ୧୯୭୭ର ଇମରଜେନ୍ସି ସମୟରେ ହୋଇଥିବା ସଂଘର୍ଷକୁ ଅବଗତ କରିବା । ମୁଖ୍ୟମନ୍ତ୍ରୀ ଇମରଜେନ୍ସି ସମୟରେ ପରିସ୍ଥିତିମାନ, ଦମନ ଏବଂ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା ଉଠାଯାଇଥିବା ଦୃଢ ପଦକ୍ଷେପକୁ ବିରୋଧ କରିବା ପାଇଁ ଗଣତନ୍ତ୍ର ସଂଗ୍ରାମୀଙ୍କ ନିଷ୍ଠା ଉପରେ ଏକ ଶିକ୍ଷା ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଇମରଜେନ୍ସି ସମୟରେ ସଂଘର୍ଷରେ ଭାଗ ନେଇଥିବା ଗଣତନ୍ତ୍ର ସଂଗ୍ରାମୀମାନଙ୍କ ପାଇଁ ଅନେକ ଅତିରିକ୍ତ ସୁବିଧାମାନ ମଧ୍ୟ ଘୋଷଣା କରିଛନ୍ତି । ସେ ଗଣତନ୍ତ୍ର ସେନାମାନଙ୍କୁ ୫୦ ପ୍ରତିଶତ ରିହାତିରେ ତିନି ଦିନ ପାଇଁ ସରକାରୀ ସର୍କିଟ ହାଉସରେ ରହିବାର ସୁବିଧା, ନେସନାଲ ହାଇୱେରେ ଟୋଲକୁ ଫ୍ରୀ, ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ହେଉଥିବା ଖର୍ଚ୍ଚର ପେମେଣ୍ଟରେ ସାହାଯ୍ୟ କରିବ । ଏହା ବ୍ୟତୀତ, ଗଣତନ୍ତ୍ର ସଂଗ୍ରାମୀମାନଙ୍କୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାମାନ ମାମଲାରେ ଏୟାର ଆମ୍ବୁଲାନ୍ସ ପ୍ରଦାନ କରାଯିବ । ଏବଂ ଏଥିସହ ଇମରଜେନ୍ସି ବିରୋଧୀ ଯୋଦ୍ଧାମାନଙ୍କ ଭଡାକୁ ୨୫ ପ୍ରତିଶତର ରିହାତି ମିଳିବ ।

Get real time updates directly on you device, subscribe now.