fbpx

OMG! ଦଶହରାରେ ଏହି କମ୍ପାନୀ ନିଜ କର୍ମଚାରୀଙ୍କୁ ଗିଫ୍ଟ କଲା କାର-ବାଇକ୍‌, ଏମଡି କହିଲେ ଯାହା ଇଚ୍ଛା ନେଇଯାଅ..

ନୂଆଦିଲ୍ଲୀ: ଚେନ୍ନାଇର ଏକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ କାର ଏବଂ ବାଇକ ଗିଫ୍ଟ କରିବାର ନିଷ୍ପତ୍ତି ନେଇଛି। ୫୦ରୁ ଅଧିକ କର୍ମଚାରୀଙ୍କ ଖୁସି କହିଲେ ନ ସରେ। ଗିଫ୍ଟରେ କାର ମାରୁତୀ ସୁଜୁକି ଏବଂ ହୁଣ୍ଡାଇ କମ୍ପାନୀର ଅଟେ। ଏତିକି ନୁହେଁ, ମର୍ସିଡୀଜ ବେଞ୍ଜର ମଧ୍ୟ ନାମ ସାମିଲ ରହିଛି। କାର ଏବଂ ବାଇକ ଗିଫ୍ଟ ଦେବାର ନିଷ୍ପତ୍ତିରେ କମ୍ପାନୀର ଏମଡି ମଧ୍ୟ ବିବୃତ୍ତି ଦେଇଛନ୍ତି।

ଚେନ୍ନାଇରେ ଥିବା କମ୍ପାନୀ ଡିଟେଲିଙ୍ଗ ସଲ୍ୟୁସନ ନିଜ କର୍ମଚାରୀମାନଙ୍କୁ ୨୮ଟି କାର ଏବଂ ୨୯ଟି ବାଇକ ଉପହାର ଦେଇଛି। ଏହା ଏପରି କରାଯାଇ ଯେ, କାରଣ କମ୍ପାନୀରେ ପରିଶ୍ରମ କରୁଥିବା କର୍ମଚାରୀମାନଙ୍କ ମନବଳ ଦୃଢ ରହିବା ସହ ପ୍ରଡକ୍ସନରେ ବୃଦ୍ଧି ହେବ। ଡିଟେଲିଂ ସଲ୍ୟୁସନ କମ୍ପାନୀ ୨୦୦୫ରେ ଆରମ୍ଭ ହୋଇଥିଲା ଏବଂ ଷ୍ଟ୍ରକଚରାଲ ଷ୍ଟିଲ ଡିଜାଇନ ଏବଂ ଡିଟେଲିଂ କ୍ଷେତ୍ରରେ କାମ କରିଥାଏ।

ମିଡିଆ ସହ କଥା ହୋଇ କମ୍ପାନୀର ଏମଡି ଶ୍ରୀଧର କନ୍ନନ କହିଛନ୍ତି ଯେ, କର୍ମଚାରୀମାନଙ୍କ ପରିଶ୍ରମକୁ ପରିଚୟ ଆବଶ୍ୟକ ଏବଂ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। କର୍ମଚାରୀଙ୍କ ପ୍ରଦର୍ଶନ ଏବଂ କମ୍ପାନୀ ସହ ଜଡିତ ସମୟ ଆଧାରରେ ଚୟନ କରାଯାଇଛି। କମ୍ପାନୀର ଏମଡି କହିଛନ୍ତି ଯେ, କର୍ମଚାରୀମାନେ ପରିଶ୍ରମ କରିଛନ୍ତି, ତାଙ୍କ ଉପଲବ୍ଧିରେ କୌଣସି ସନ୍ଦେହ ନାହିଁ। କମ୍ପାନୀର ଏମଡି କହିଛନ୍ତି ଯେ, ଯଦି କୌଣସି କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଦିଆଯାଇଥିବା କାର ବ୍ୟତୀତ କୌଣସି କାର ନେବାକୁ ଚାହୁଁଥିଲେ ନେଇପାରିବେ, ହେଲେ ବାକି ପେମେଣ୍ଟ ସେମାନଙ୍କୁ କରିବାକୁ ପଡିବ।

Get real time updates directly on you device, subscribe now.