fbpx

ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବି କଲେ CJI

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନଭି ରମନା ରବିବାର ନ୍ୟାୟପାଳିକାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ସପକ୍ଷରେ ମତ ପ୍ରକାଶ କରିଛନ୍ତି । ଏହା ସହ ଦେଶରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରୀଙ୍କ ପାଇଁ ଅନୁରୂପ ସଂରକ୍ଷଣ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ ମହିଳା ବିଚାରପତିମାନେ ପ୍ରଧାନ ବିଚାରପତିଙ୍କୁ ଅଭିନନ୍ଦନ ଜଣାଇବା ଓ ନବ ନିଯୁକ୍ତ ନଅ ଜଣ ବିଚାରପତିଙ୍କୁ ସ୍ୱାଗତ କରିବା ପାଇଁ ଏକ ଉତ୍ସବ ଆୟୋଜନ ହୋଇଥିଲା । ଏଥିରେ ଉଦବୋଧନ ଦେଇ ପ୍ରଧାନ ବିଚାରପତି କହିଲେ, ଏହା ଆପଣମାନଙ୍କର ଅଧିକାର ।
ଆପଣମାନେ ଏହି (ନ୍ୟାୟପାଳିକାରେ ଓ ଆଇନ କଲେଜ ଗୁଡ଼ିକରେ ସଂରକ୍ଷଣ) ଦାବି କରିବା ଉଚିତ । ପ୍ରଧାନ ବିଚାରପତି କହିଲେ ଯେ, ନ୍ୟାୟପାଳିକାରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦରକାର । ତଳ ନ୍ୟାୟାଳୟଗୁଡ଼ିକରେ ୩୦ ପ୍ରତିଶତରୁ କମ ମହିଳା ବିଚାରପତି ଅଛନ୍ତି । ହାଇକୋର୍ଟ ଗୁଡ଼ିକରେ ୧୧.୫ ପ୍ରତିଶତ ଏବଂ ସୁପ୍ରିମକୋର୍ଟରେ ୧୧-୧୨ ପ୍ରତିଶତ ମହିଳା ବିଚାରପତି ଅଛନ୍ତି ବୋଲି ସେ କହିଥିଲେ ।

Get real time updates directly on you device, subscribe now.