ଭୁବନେଶ୍ୱର: ବଢ଼ୁଥିବା ଅପରାଧକୁ ନେଇ ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ଅପରାହ୍ନରେ ବସିବ ଜରୁରୀ କାଳୀନ ବୈଠକ।
ଅପରାହ୍ନ 3 ଟାରେ ଲୋକସଭା ଭବନରେ ଏହି ବୈଠକ ବସିବାକୁ ଯାଉଥିବାବେଳେ ବର୍ଷକର ତଥ୍ୟ ଧରି ବୈଠକକୁ ଆସିବାକୁ ଡିଜିପିଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ତା ସହିତ କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ମଧ୍ୟ ଦେବେ ସ୍ୱତନ୍ତ୍ର ରିପୋର୍ଟ।
ତେବେ ଦିନକୁ ଦିନ ଅପରାଧର ମାମଲା ବଢ଼ି ବଢ଼ି ଯାଉଛି। ଏହାକୁ କିପରି ରୋକାଯାଇପାରିବ ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆଜି 3 ଟା ବେଳେ ଲୋକସଭା ଭବନରେ ବୈଠକ ବସିବ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରାଇମବ୍ରାଞ୍ଚ, ଗୁଇନ୍ଦା ଡିଜିଙ୍କ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗଦେବେ।