fbpx

ଅପରାହ୍ନ ୪ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୯ା୪ (ଓଡିଶା ଭାସ୍କର) : ଆଜି ଅପରାହ୍ନ ୪ଟାରେ ଓଡିଶାବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢ଼ୁଥିବା କରୋନା ସ୍ଥିତିକୁ ନେଇ କିଛି ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ୍ୟର ଅନେକ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସରକାର କଟକଣାକୁ କଡାକଡି କରିଛନ୍ତି । ଏଥିସହ ଟିକାକରଣକୁ ତ୍ୱରାନ୍ୱିତ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ ହୋଇସାରିଲାଣି ।

ସୁଚନାଯୋଗ୍ୟ, ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର କରିଛି । ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଆଜି ପୁଣି ୧୨୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ ରୁ ୭୫୫ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮ ରେ ପହଞ୍ଚିଛି ।

 

Get real time updates directly on you device, subscribe now.