fbpx

ନବୀନ ନିବାସରେ ବିଦାୟୀ ମନ୍ତ୍ରୀ: ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ନୂଆ ଟିମରେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ ନବୀନ ନିବାସରେ ପହଞ୍ଚିଛନ୍ତି ।ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବାଦ୍ ପଡ଼ିଥିବା ମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବିଦାୟୀ ମନ୍ତ୍ରୀ ।

ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ୨୦୨୪କୁ ଆଖିରେ ରଖି ସଙ୍ଗଠନ ଦାୟିତ୍ୱ ବୁଝିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ରୁ ୪ ଦିନ ଭିତରେ ସଙ୍ଗଠନ ଦାୟିତ୍ୱ ଦିଆଯିବ । ଦଳ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । କୌରସଚ ପ୍ରଦର୍ଶନକୁ ନେଇ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି । କୋଭିଡ ସମୟରେ ଗୁରୁଦାୟିତ୍ୱ ବହନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ନବୀନ ନିବାସରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ସୁଶାନ୍ତ ସିଂ ପହଞ୍ଚିଥିଲେ ।

ଅନ୍ୟପଟେ ୨୧ ବିଧାୟକ ରବିବାର ଲୋକସେବା ଭବନ କନଭେନସନ ହଲରେ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ମାନ୍ୟବାର ବାଚସ୍ପତି ଏହି ବିଧାୟକଙ୍କମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ଏହି ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି ।

କ୍ୟାବିନେଟ୍ ମନ୍ତ୍ରୀ ଭାବରେ-

ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ, ଆଇନ ବିଭାଗ
ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
ପ୍ରମିଳା ମଲ୍ଲିକ- ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ
ରଣେନ୍ଦ୍ର ପ୍ରତାପ ସ୍ଵାଇଁ- କୃଷି ଓ ମତ୍ସ୍ୟ ସମ୍ପଦ ବିଭାଗ
ଉଷା ଦେବୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ
ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
ପ୍ରତାପ ଦେବ- ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି
ଅତନୁ ସବ୍ୟସାଚୀ ନାୟକ- ଯୋଗାଣ, ସମବାୟ
ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ
ନବ କିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ, ଓ ପ୍ରଯୁକ୍ତି, ଭିନ୍ନକ୍ଷମ ସଶକ୍ତିକରଣ
ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ବିଭାଗ ମିଳିଥିବାବେଳେ,

ରାଷ୍ଟ୍ରମନ୍ତ୍ରୀ ଭାବରେ –

ଶ୍ରୀକାନ୍ତ ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ, କ୍ରୀଡ଼ା ଓ ଯୁବ ସେବା
ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ
ବାସନ୍ତୀ ହେମ୍ଵ୍ରେମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି
ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଅଶ୍ଵିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ
ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିଛି ।

Get real time updates directly on you device, subscribe now.