ହୀରାକୁଦ ଜଳଭଣ୍ଡାରରେ ଫାଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଫାଟ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଉତ୍ତର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ‘ହୀରାକୁଦରେ ଅଳ୍ପ କିଛି ଫାଟ ନଜରକୁ ଆସିଛି । କଂକ୍ରିଟର ଉପରି ଭାଗରେ କ୍ରାକ୍ ଥିବା ଜଣାପଡିଛି । ଏନେଇ ସ୍ଥିତି ଅନୁଧ୍ୟାନ କରି ସିଏସଏମଆରଏସ ସଂସ୍ଥା ରିପୋର୍ଟ ଦେଇଛି । ଫାଟ ମରାମତି ପାଇଁ ଡିଆରଆଇ-ଆଇଆଇଆଇ ଅଧିନରେ ସର୍ଭେ କରାଯିବ । ଏନେଇ କ୍ୟାବିନେଟ୍ ସ୍ୱୀକୃତି ମଧ୍ୟ ମିଳିଛି ।’

ଅନ୍ୟପଟେ ନୂଆ ଜିଲ୍ଲା ଗଠନ ନେଇ ସରକାର ସଂକେତ ଦେଇଛନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନୂଆ ଜିଲ୍ଲା ଓ ନୂଆ ସବଡିଭିଜନ ଗଠନ ଦାବି ହୋଇ ଆସୁଛି । ଦାବିଗୁଡିକ ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ଦାବି ଉପରେ ପଦକ୍ଷେପ ଗ୍ରହଣ କରିବେ ସରକାର ।