ଏଣିକି ଉଚ୍ଚଶିକ୍ଷା-ବୈଷୟିକ ଶିକ୍ଷାନୁଷ୍ଠାନରେ ଆଡମିଶନ ବେଳେ ନିଶାମୁକ୍ତି ଘୋଷଣାନାମା ଦେବେ ପିଲା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ନିଶାମୁକ୍ତି ଘୋଷଣାନାମା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗକୁ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ମିଳିଛି । ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରଖିବାକୁ କେନ୍ଦ୍ର ସରକାରଙ୍କ ଏପରି ପ୍ରୟାସ କରାଯ଼ାଇଛି ।