ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ଅଧିକ ହେବା ବିପଦପୂର୍ଣ୍ଣ ହୋଇଥାଏ । କୋଲେଷ୍ଟ୍ରୋଲ ମାତ୍ରା ଅଧିକ ହେବା ଦ୍ୱାରା ହାର୍ଟ ଆଟାକ୍ ଆସିବାର ବିପଦ ମଧ୍ୟ ବଢ଼ିଥାଏ । ଖରାପ ଜୀବନଶୈଳୀ ଏହି କୋଲେଷ୍ଟ୍ରୋଲ(Cholestrol) ବଢ଼ିବାର ଏକ କାରଣ । ବିଶେଷଜ୍ଞଙ୍କ ଅନୂଯାୟୀ, କୋଲେଷ୍ଟ୍ରୋଲ 200ml/dlରୁ ଅଧିକ ହେଲେ ଏହା ଶରୀର ପାଇଁ ବିପଦପୂର୍ଣ୍ଣ ହୋଇଥାଏ । କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ଯେ କୋଲେଷ୍ଟ୍ରୋଲରେ ପ୍ରଭାବିତ ହୁଏ ତେବେ ତାଙ୍କୁ ଲମ୍ବା ସମୟ ଧରି ଔଷଧ ସେବନ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ହଠାତ୍ ବଢ଼ିବାର କାରଣ ।
- କଫିରେ କ୍ୟାଫିନ ରହିଛି, ଏବଂ ଏହା ବ୍ଲଡ୍ ପ୍ରେସରକୁ ହଠାତ୍ ବଢ଼ାଇତାଏ । ବିଶେଷଜ୍ଞଙ୍କ ଅନୂଯାୟୀ ଯେଉଁମାନେ କଫିର ସେବନ ଅଧିକ ମାତ୍ରାରେ କରିଥାନ୍ତି ତାଙ୍କର କୋଲେଷ୍ଟ୍ରୋଲ ସ୍ତର ଅଧିକ ହଠାତ୍ ଉଚ୍ଚ ହେବାକୁ ଲାଗିଥାଏ । ଏଥିପାଇଁ କଫିର ଅଧିକ ସେବନରୁ ଦୂରେଇ ରୁହନ୍ତୁ ।
- ଅଧିକ ମାନସିକ ଚାପରେ ରହିଲେ କୋଲେଷ୍ଟ୍ରୋଲ ସ୍ତର ବଢ଼ିଯାଇଥାଏ । ଅଧିକ ଷ୍ଟ୍ରେସ୍ ନେବା ଦ୍ୱାରା କୋର୍ଟିସୋଲ ହର୍ମୋନ୍ ର କାର୍ଯ୍ୟକ୍ଷମତା କମିଯାଏ ଏବଂ କୋଲେଷ୍ଟ୍ରୋଲ ସ୍ତର ଉଚ୍ଚ ହେବାକୁ ଲାଗିଥାଏ । ଏଥିପାଇଁ ଷ୍ଟ୍ରେସ୍ ନେବା ବନ୍ଦ କରନ୍ତୁ ।
- ଧୂମ୍ରପାନ ମଧ୍ୟ କୋଲେଷ୍ଟ୍ରୋଲ ସ୍ତର ହାଇ କରିଦିଏ । ଯେତେବେଳେ ଆପଣ ସିଗାରେଟ୍ ଏବଂ ତମ୍ବାକୁ ଅଧିକ ସେବନ କରିଥାନ୍ତି ସେତେବେଳେ କେଟାକୋଲମାଇନ ରିଲିଜ ହୋଇଥାଏ, ଏମିତି ହେବା ଦ୍ୱାର ଲିପିଡ ବ୍ରେକଡାଉନ ବଢ଼ିଥାଏ । ଏହା ସହ ଶରୀରରେ ଏଲଡିଏଲ କୋଲେଷ୍ଟ୍ରୋଲ ବଢ଼ିଥାଏ ।