ବୃନ୍ଦାବତୀଙ୍କୁ ନେଇ ୯୦% ଲୋକ କରିବସନ୍ତି ସମାନ ଭୁଲ୍! ଜଣନ୍ତୁ ରାମ ତୁଳସୀ ଓ ଶ୍ୟାମ ତୁଳସୀର ବ୍ୟବହାର ଓ ଗୁଣବତ୍ତା ସମ୍ପର୍କରେ ଅଧିକ
ତୁଳସୀ ଗଛର ବିଶେଷତ୍ୱ । ତୁଳସୀ ଗଛ କେଉଁ କାମରେ ବ୍ୟବହାର କରାଯାଏ ଖବର ପଢ଼ି ଜାଣନ୍ତୁ ଉତ୍ତର ।
ଓଡ଼ିଶା ଭାସ୍କର: ତୁଳସୀ ବିଷ୍ଣୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ । ସେଥିପାଇଁ ପ୍ରତ୍ୟେକ ଲୋକ ତୁଳସୀ ଗଛକୁ ମଧ୍ୟ ପୂଜା କରନ୍ତି । କୁହାଯାଏ ମା’ ଲକ୍ଷ୍ମୀଙ୍କ ଅନ୍ୟ ରୂପ ହେଉଛି ବୃନ୍ଦାବତୀ ବା ତୁଳସୀ ।
ସାଧାରଣ ଭାବେ ୨ ପ୍ରକାର ତୁଳସୀ ଗଛ ଦେଖାଯାଏ । ଗୋଟିଏ ରାମ ତୁଳସୀ ଏବଂ ଅନ୍ୟଟି ହେଉଛି ଶ୍ୟାମ ତୁଳସୀ । କେହିକେହି ଧଳା ତୁଳସୀ ଓ କଳା ତୁଳସୀ ମଧ୍ୟ କହିଥାନ୍ତି ।
ତେବେ ଆପଣ କ’ଣ ଜାଣିଛନ୍ତି କେଉଁ ତୁଳସୀ ଗଛ ପୂଜା କରିବା ଉଚିତ୍ ଅନେକ ସମୟରେ ଦେଖିବାକୁ ମିଳିଛି ଯେ, କିଛି ଲୋକ ଉଭୟ ଗଛକୁ ପୂଜା କରନ୍ତି । କିନ୍ତୁ ଚାଲନ୍ତୁ ଜାଣିବା ତୁଳସୀ ଗଛ ବିଷୟରେ ଅଧିକ କିଛି…
ଏହି ଦୁଇଟିଯାକ ତୁଳସୀ ପବିତ୍ର । ହେଲେ ସେମାନଙ୍କ ବିଶେଷତ୍ୱ ଭିନ୍ନ । ରାମ ତୁଳସୀର ପତ୍ର ସବୁଜ ରଙ୍ଗର ହୋଇଥାଏ । ସେହିପରି ଶ୍ୟାମ ତୁଳସୀ ଗଛର ପତ୍ରର ରଙ୍ଗ ଗାଢ଼ ବାଇଗଣି ହୋଇଥିବାବେଳେ ଏହାକୁ ଅଶୋଧିତ ବୋଲି କୁହାଯାଏ ।
ପୂଜାପାଠରେ ରାମ ତୁଳସୀର ପ୍ରୟୋଗ ଅଧିକ ରହିଥାଏ । ଜଗତର ନାଥ ଜଗନ୍ନାଥ, ଶ୍ରୀକୃଷ୍ଣ ଏବଂ ଭଗବାନ ବିଷ୍ଣୁଙ୍କୁ ଏହି ତୁଳସୀ ଅର୍ପଣ କରାଯାଏ । ସେହିପରି ଶ୍ୟାମ ତୁଳସୀର ମହତ୍ୱ ମଧ୍ୟ କିଛି କମ୍ ନୁହେଁ ।
ତାନ୍ତ୍ରିକ ସାଧନାରେ ଏହି ତୁଳସୀର ବ୍ୟବହାର ଖୁବ୍ ଅଧିକ କରାଯାଏ । ପୂଜାପାଠରେ ବ୍ୟବହାର ଛଡ଼ା ତନ୍ତ୍ର ସାଧନାରେ ଏହାର ଗୁରୁତ୍ୱ ଅଧିକ । ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୂଜାରେ ତୁଳସୀକୁ ସର୍ବଶ୍ରେଷ୍ଠର ମାନ୍ୟତା ଦିଆଯାଇଛି ।
ଘରେ ଯଦି ଦୁଇପ୍ରକାର ତୁଳସୀ ଗଛ ଉପଲବ୍ଧ ରହିଛି ତେବେ ଦୁଇଟିଯାକ ଗଛକୁ ପୂଜା କରିବା ଶୁଭ ।